Latest Odisha News

BREAKING NEWS

ଏହି ଦେଶରେ ସ୍ୱାମୀ-ସ୍ତ୍ରୀ ରେଷ୍ଟୁରାଣ୍ଟରେ ଏକାଠି ଖାଇବା ଅପରାଧ !

କାବୁଲ: ସ୍ୱାମୀ ସ୍ତ୍ରୀ ଏକାଠି ରେଷ୍ଟୁରାଣ୍ଟରେ ଖାଇପାରିବେ ନାହିଁ । ତାଲିବାନ ସରକାର ଏପରି ଫତଓ୍ୱା ନିଜ ଦେଶର ନାଗରିକଙ୍କ ପାଇଁ ଜାରି କରିଛି । ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ କିପରି ସାମାଜିକ ଚିତ୍ର ବଦଳୁଛି ଇଏ ହେଉଛି ଆଉ ଏକ ନମୁନା । ବିଭିନ୍ନ ପ୍ରତିବନ୍ଧକର…

ଗୋଟିଏ ପରିବାରରୁ ଦୁଇଟି ଟିକେଟ୍ ପାଇଁ ସର୍ତ୍ତ ଲାଗୁ କଲା କଂଗ୍ରେସ

ନୂଆଦିଲ୍ଲୀ: ଗୋଟିଏ ପରିବାର ଗୋଟିଏ ଟିକେଟ । ଉଦୟପୁରରରେ ଚାଲିଥିବା ଚିନ୍ତନ ଶିବିରରେ କଂଗ୍ରେସ ଏପରି ନିଷ୍ପତ୍ତି ନେଇଛି । ହେଲେ ସେହି ପରିବାରରୁ ଆଉ ଜଣେ ଟିକେଟ ପାଇବାକୁ ହେଲେ ସଂପୃକ୍ତ ଆଶାୟୀ ଦଳ ପାଇଁ ଅନୂନ୍ୟ 5 ବର୍ଷ କାମ କରିଥିବେ ଏବଂ ଏହି ଅବଧି ମଧ୍ୟରେ ତାଙ୍କ କାମର ଚମତ୍କାର…

ଚେତା ପଶିଲା ଗଣଶିକ୍ଷା ବିଭାଗର, ପିଲା କାହିଁକି ପାଠ ପଢା ଛାଡୁଛନ୍ତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚେତା ପଶିଲା ଗଣଶିକ୍ଷା ବିଭାଗର । ଚାଳିଶ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ପରେ ଏବେ ନିଦ ଭାଙ୍ଗିଛି ଗଣଶିକ୍ଷା ବିଭାଗର । ଏବେ କେଉଁ କାରଣ ପାଇଁ ପିଲା ପାଠ ପଢା ଛାଡୁଛନ୍ତି ତାଙ୍କୁ କେମିତି ବୁଝାଇ ସୁଝାଇ ସ୍କୁଲ ପିଣ୍ଡାକୁ…

ରାଜଧାନୀ ସ୍ଥିତ ଏକ ତିନି ମହଲା କୋଠାରେ ଅଗ୍ନିକାଣ୍ଡ, ୨୭ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ତିନି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଖବର ଲେଖା ହେବା ସୁଦ୍ଧା ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏବେ ନିଆଁକୁ ନିୟନ୍ତ୍ରଣକୁ…

ମନ୍ତ୍ରୀ ଟୁକୁନି ସାହୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ

ଟିଟିଲାଗଡ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ । ଟିିଟିଲାଗଡର ଅଧ୍ୟକ୍ଷ ତଥା ବିଜେପି ନେତ୍ରୀ ମମତା ଦେବୀ ଜୈନ ଆଣିଛନ୍ତି ଏପରି ଅଭିଯୋଗ । ଶୁକ୍ରବାର ଟିଟିଲାଗଡ଼ ପୌର ପରିଷଦ ବୈଠକ ବସିଥିଲା । ଏଥିରେ ଟିଟିଲାଗଡର ଅଧ୍ୟକ୍ଷା ମମତା ଦେବୀ ଜୈନ…

ଭାଙ୍ଗିଲା ୮ ବର୍ଷର ରେକର୍ଡ, ଏପ୍ରିଲରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଦୀର୍ଘ ୮ ବର୍ଷର ରେକର୍ଡ ଭାଙ୍ଗିଛି । ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି କ୍ରମାଗତ ଚତୁର୍ଥ ମାସରେ ବୃଦ୍ଧି ପାଇଛି। ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ…

ଦ୍ୱିତୀୟ ବିଶ୍ୱ କୋଭିଡ ଭର୍ଚୁଆଲ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦ୍ୱିତୀୟ ବିଶ୍ୱ କୋଭିଡ୍‌ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ‘ମହାମାରୀ କ୍ଲାନ୍ତି ନିରାକରଣ ଏବଂ…

ରାଜୀବ କୁମାର ହେଲେ ଦେଶର ନୂୂଆ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଗୁରୁବାର ବରିଷ୍ଠ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ନୂଆ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଚଳିତ ମାସ ୧୪ ତାରିଖରେ ବର୍ତ୍ତମାନର ସୁଶୀଲ ଚନ୍ଦ୍ରାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ…

ମହିଳା ଏବଂ ମୁସଲମାନ ଭୋଟ ଉପରେ ମୋଦୀ-ଶାହଙ୍କ ନଜର

ନୂଆଦିଲ୍ଲୀ: ଗୋଟିଏ ପଟେ ରାଜସ୍ଥାନ ଉଦୟପୁରରେ କଂଗ୍ରେସ ଚିନ୍ତନ ଶିବିର ପାଇଁ ପ୍ରସ୍ତୁତି ଚଳାଇଛି । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ । ଅନ୍ୟପଟେ ବିଜେପି ମଧ୍ୟ ୨୦୨୪ ପାଇଁ ରଣନୀତି ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଖୁବଶୀଘ୍ର ଏକ ବୈଠକ ବସିବ…

ରାଜ୍ୟସଭା ନିର୍ବାଚନ: ଜଣଙ୍କୁ ଛାଡି ବାକି ଦୁଇ ଆସନରେ ନୂଆ ପ୍ରାର୍ଥୀ ଦେବେ ନବୀନ !

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଖାଲି ହେବାକୁ ଥିବା ତିନି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ଭୋଟ୍ ପଡ଼ିବ ବୋଲି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହାପରେ…