Latest Odisha News

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଆଦି ଜିଲ୍ଲାର ଗୋଟିଏ…

ଆରପାରିରେ ଅଭୟ ପାଢ଼ୀ

ଭୁବନେଶ୍ୱର: ପ୍ରସାର ଭାରତୀର ଆଡିସନାଲ ଡାଇରେକ୍ଟର ଜେନେରାଲ (ଏଡିଜି) ଅଭୟ କୁମାର ପାଢୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପୂର୍ବରୁ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସ୍ୱର୍ଗତଃ ପାଢ଼ୀ ଆଇଏମସି,ଢେଙ୍କାନାଳର ଜଣେ ପୂର୍ବତନ ଅଧ୍ୟାପକ ମଧ୍ୟ ଥିଲେ।

ଏସିଆ ରଗ୍‌ବି ଅନଷ୍ଟପେବଲ୍‌‌ ଅଭିଯାନ’ରେ ଭାରତର ପ୍ରତିନିଧିତ୍ଵ କରିବେ ଓଡ଼ିଆ ଝିଅ ସୁମିତ୍ରା

ଭୁବନେଶ୍ୱର: ଏସିଆ ରଗ୍‌ବି ଅନଷ୍ଟପେବଲ୍’ ଅଭିଯାନରେ ଦେଶର ତିନି ଜଣ ମହିଳା ରଗ୍‌ବି ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ। ଏଥିରେ ସ୍ଥାନ ପାଇଛନ୍ତି ଓଡ଼ିଶା ଝିଅ ସୁମିତ୍ରା ନାୟକ। ଅନ୍ୟ ଦୁଇ ଜଣ ହେଉଛନ୍ତି ବାହାଭିଜ୍ ବରୁଚା ଓ ସଂଧ୍ୟା ରାଏ। ଏସିଆ ରଗ୍‌ବି ଅନଷ୍ଟପେବଲ୍ ଅଭିଯାନ ପାଇଁ…

କବିତା: ଚନ୍ଦ୍ରିକା କୁମାର

ଅନନ୍ତାଂଶୁ ଜେନା ଅବେଳ ମୌସୁମୀ ପରି ମିଛି ମିଛିକା ସ୍ୱପ୍ନରେ ତୁମେ, ହଠାତ ମନେ ପଡିଯାଅ ଯେ ବିଗତ ଦିନର ସାଇତା ଅଙ୍ଗାର ସବୁ ଝାପ୍ସା ନିଶାରେ ଗୋଟାପଣେ ଓଦା କରି ପକାଏ । ତୁମକୁ ତୁମେ ବୋଲି ଜାଣିବା ଆଗରୁ ଶୁଣିଥିଲି ତୁମ କଥା ତୁମେ କୁଆଡ଼େ ତୋଳିପାର ଯେତେସବୁ ମନଛୁଆଁ କୋହ…

କିପରି କରିବେ ନିଜ ମନକୁ ଆୟତ୍ତ…

ଭୁବନେଶ୍ୱର: ମନକୁ ଜୟ କରିବା ନିମନ୍ତେ ୫ଟି ମୁଖ୍ୟ ପ୍ରୟୋଗ କରାଯାଇଥାଏ । ଅନ୍ୟାନ୍ୟ ସାଧନା ଏହି ୫ଟି ପ୍ରୟୋଗ ଭବା ବା ବିଭକ୍ତ ନିମନ୍ତେ ଉଦ୍ଦିଷ୍ଟ । ସଠିକ୍ ଜ୍ଞାନ: ପ୍ରକୃତି ସମାଜ ଚଳଣି ଆବଶ୍ୟକତା, ଇନ୍ଦ୍ରିୟଗୁଡିକର ପ୍ରଭାବ ଆଦି ମନକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି , ଏସବୁ…

ଫ୍ୟାକ୍ଟ ଚେକ୍: ଅକ୍ଟୋବର ୧ ରୁ ଖୋଲୁଛି ସିନେମା ହଲ !

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ସିନେମା ହଲ ଖୋଲୁଥିବା ନେଇ ସ୍ଥାନୀୟ ବକ ୱେବ ପୋର୍ଟାଲ ରେ ସେପ୍ଟେମ୍ବର ୧୦ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ଅକ୍ଟୋବର 1 ରୁ ସାରା ଦେଶରେ ସିନେମା ହଲ୍ ଖୋଲିବାର ସମ୍ଭାବନା ରହିଛି। “ଅଲ…

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଞ୍ଜି: କରୋନା ଆକ୍ରାନ୍ତ ହୋଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତ। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ହୋମ ଆଇସିଲେଶନରେ ଅଛି। ମୁଁ ଘରୁ ମୋ କାର୍ଯ୍ୟ କରିବି। ମୁଁ ଅନୁରୋଧ କରୁଛି ଯେ,…

ମାଲକାନଗିରିରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ନେଇ ଜଣେ ହାର୍ଡକୋର ମାଓବାଦୀ ରବିବାର ଦିନ ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଖବର ଅନୁଯାୟୀ, ମହାଦେବ ମାଡକାମି ଛଦ୍ମନାମ ମୁନା, ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟରେ ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ନିକଟରେ…

ନୂଆଁଖାଇ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସମ୍ବଲପୁରୀ ବିଶେଷ ଦୁଦୁରା ପିଠା

ଭୁବନେଶ୍ୱର: ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଏହା ଗଣପର୍ବ ହୋଇଥିବା ବେଳେ ସାରା ଓଡିଶାରେ ବେଶ୍ ଧୁମଧାମରେ ପାଳନ କରାଯାଏ । ବର୍ତମାନ କରୋନା କଟକଣା ଯୋଗୁଁ ସବୁକିଛି ଫିକା ପଡିଥିବା ବେଳେ ନୂଆଁଖାଇ ବି ଏଥିରୁ ବାଦ୍ ପଡି ନାହିଁ। କଟକଣା ମଧ୍ୟରେ ପାଳନ ହେବ ନୂଆଁଖାଇ ପର୍ବ । ତେବେ ଘରେ…

କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ ୭୩ ଆକ୍ରାନ୍ତ ଚିହ୍ନଟ ସହ, କନ୍ଧମାଳରେ ୧୩୦୦ ଛୁଇଁଲା ମୋଟ ସଂଖ୍ୟା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ଶନିବାର ଦିନ ୯୮ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଏହି ଜିଲ୍ଲାରେ ମୋଟ ସଂଖ୍ୟା ୧୨୯୯ କୁ ବୃଦ୍ଧି ପାଇଛି । ଜିଲ୍ଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ, କୋଟାଗଡ଼ରୁ ୧୭ଟି, ତୁମୁଦିବନ୍ଧରୁ ୧୪, ଫୁଲବାଣୀରୁ ୧୩, ଦାରିଙ୍ଗବାଡିରୁ ୧୨, ଚକପଡ଼ରୁ ୯ ଜଣ,…