ହୁଅନ୍ତା କି ଏମିତି
ହୁଅନ୍ତା କି ଏମିତି
ଜୟଶ୍ରୀ ଦାଶ
ବେଳେବେଳେ ଉଡ଼ିଛି ମୁଁ
ଆଖିର ଆକାଶକୁ,
ଭେଟିଛି ଜହ୍ନରେ ମାଟିକୁ,
ଦଲକାଏ ସ୍ମୃତିର ଥାକରେ
ମୋ ପିଲାବେଳ,ମାଟି ସରେଇ,କୁନି କଣ୍ଢେଇ,
ଏବେ ବଢ଼ିଲେଣି...
ଇସ୍ ,କେଡେ ଜୀବନ୍ତ !
ମାଟିରେ ଜୀବନ ଅଛି ବୋଲି ତ
ମୁଁ ବଢିଛି,ମୋ କଣ୍ଢେଇ,ସରେଇ ସାଥିରେ…