Latest Odisha News

BREAKING NEWS

ପଟାଟୋ ଲଲିପପ୍

ପଟାଟୋ ଲଲିପପ୍

ଆବଶ୍ୟକ
ଆଳୁ, ମଇଦା, ପିଆଜ, ଧନିଆ ପତ୍ର, ନାଲି ଲଙ୍କାଗୁଣ୍ଡ, ଅଦା-ରସୁଣ ବଟା, ଆମଚୁର, ଧନିଆ ପାଉଡ଼ର, ଗରମ ମସଲା ଓ ପାଉଁରୁଟି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ
ଗୋଟିଏ ପାତ୍ରରେ ୩ଟା ସିଝା ଆଳୁ ଚକଟି ଦିଅନ୍ତୁ । ସେଥିରେ ଛୋଟ ଚାମଚ ଅଦା-ରସୁଣ ବଟା, ଟିକ୍ଟିକ୍ କଟା ଯାଇଥିବା ଗୋଟେ ପିଆଜ, ୨ ଚାମଚ ଚୂନ୍‍ଚୂନ୍‍ ଧନିଆପତ୍ର, ଗରମ ମସଲା ଟିକିଏ, ଅଧା ଚାମଚ ନାଲି ଲଙ୍କାଗୁଣ୍ଡ, ଅଧା ଚାମଚ ଧନିଆ ପାଉଡ଼ର, ଗୋଟେ ଛୋଟ ଚାମଚ ଆମ୍ଚୁର୍ ଓ ସ୍ୱାଦ ଅନୁସାରେ ଲୁଣ ମିଶାଇବା ପରେ ଶେଷରେ ଗୋଟେ କପ୍ ପାଉଁରୁଟି ଗୁଣ୍ଡ ମିଶାନ୍ତୁ। ଏବେ ସେସବୁକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ । ମିଶ୍ରଣ ପ୍ରସ୍ତୁତ ହୋଇଗଲା ପରେ ହାତରେ ତେଲ ଲଗେଇ ମଣ୍ଡକୁ ଛୋଟ ଛୋଟ ଗୁଳା କରିଦିଅନ୍ତୁ ।

ଏଥର ଗୋଟିଏ ପାତ୍ରରେ ୨ ଚାମଚ ମଇଦା ଓ ଅଧା କପ୍ ପାଣି ମିଶେଇ ଅଳ୍ପ ବହଳିଆ ଆଣ ପ୍ରସ୍ତୁତ କରନ୍ତୁ । ଆଉଗୋଟେ କପ୍ ପାଉଁରୁଟି ଗୁଣ୍ଡ ଆଣନ୍ତୁ । ତିଆରି କରିଥିବା ଗୁଳାଗୁଡ଼ିକୁ ମଇଦା ଆଣରେ ବୁଡାଇବା ପରେ ପାଉଁରୁଟି ଗୁଣ୍ଡରେ ଗଡେ଼ଇ କୋଟିଂ ତିଆରି କରନ୍ତୁ ।

ଏବେ କଡେ଼ଇରେ ତେଲ ଗରମ କରି ବଲ୍ଗୁଡ଼ିକୁ ଛାଣନ୍ତୁ । ତେଲରେ ପକାଇବା ପୂର୍ବରୁ ଗୋଳାଗୁଡ଼ିକୁ ଆଉଥରେ ଝାଡ଼ିଦେଲେ ଅତିରିକ୍ତ ପାଉଁରୁଟି ଗୁଣ୍ଡଗୁଡ଼ିକ ଝଡ଼ିଯିବ ଓ ତେଲ ଖରାପ ହେବନି । ମଧ୍ୟମ ଆଞ୍ଚରେ ଫର୍କ ସହାୟତାରେ ଓଲଟେଇ ଗୁଳାଗୁଡ଼ିକୁ ସୁନେଲି ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡେ଼ଇରୁ କାଢ଼ିବା ପରେ ସେସବୁକୁ ଟିସୁ ପେପରରେ ରଖନ୍ତୁ । ଗୁଳାଗୁଡ଼ିକୁ ଲଲିପପ୍ର ରୂପ ଦେବା ପାଇଁ ସେଥିରେ ଗୋଟେଗୋଟେ ଟୁଥପିକ୍ ଗୁଂଜି ଦିଅନ୍ତୁ । ବାସ୍‍… ହେଇଗଲା ପଟାଟୋ ଲଲିପପ୍‍ ।

Leave A Reply

Your email address will not be published.