Latest Odisha News

BREAKING NEWS

ଛିଡାହୋଇଛି GSLV-F16, ପ୍ରସ୍ତୁତ ‘ନିସାର’: ଜାଣନ୍ତୁ କେଉଁ ସମୟରେ ଐତିହାସିକ ପଦକ୍ଷେପ ନେବ ଇସ୍ରୋ,…

ଶ୍ରୀହରିକୋଟା: ଆଜି ଆଉ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି ଇସ୍ରୋ । ଆଜି ନିସାର୍‌(NISAR) ଉପଗ୍ରହର ଉତ୍‌କ୍ଷେପଣର ଦିନ । ଶ୍ରୀହରିକୋଟା ସ୍ଥିତ ସ୍ପେଶ୍ ଷ୍ଟେସନ୍‌ରୁ ସନ୍ଧ୍ୟା ୫ଟା ୪୦ରେ ସମୟରେ GSLV-F16 ଜରିଆରେ ମହାକାଶ ପଠାଯିବା ନିସାର ଉପଗ୍ରହ । ଇସ୍ରୋ  GSLV-F16 ଏବଂ NISAR ର…

ଅନ୍ତ ହେଲା ପୋଷ୍ଟାଲ ସେବାର ଏକ ଐତିହାସିକ ପରମ୍ପରା, ରେଜିଷ୍ଟର୍ଡ ପୋଷ୍ଟ ବନ୍ଦ ନିଷ୍ପତ୍ତି ନେଲା ଡାକ ବିଭାଗ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଏହାର ୫୦ ବର୍ଷରୁ ଅଧିକ ପୁରୁଣା ପ୍ରତିଷ୍ଠିତ ସେବାକୁ ବନ୍ଦ କରିବା ଘୋଷଣା କରିଛି। ସେପ୍ଟେମ୍ବର ୧ ତାରିଖରୁ, ଭାରତୀୟ ଡାକ ବିଭାଗ ରେଜିଷ୍ଟର୍ଡ (ପଞ୍ଜିକୃତ ପୋଷ୍ଟ)କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଡାକ ବିଭାଗ। ଏହାସହ ଏହାକୁ ସ୍ପିଡ୍…

ରୁଷ, ଜାପାନରେ ଭୂମିକମ୍ପ ସାଙ୍ଗକୁ ସୁନାମୀ: ପରାମର୍ଶ ଜାରି କଲା ଆମେରିକାରେ ଥିବା ଭାରତୀୟ କନସୁଲେଟ୍

ନୂଆଦିଲ୍ଲୀ: ଆଜି ଭୋରରୁ ରୁଷିଆର କାମଚାଟକା ଉପଦ୍ୱୀପ ନିକଟରେ ଏକ ଭୟଙ୍କର ଭୂମିକମ୍ପ ପରେ ରୁଷ, ଜାପାନ ସମେତ ଆମେରିକା, ବ୍ରାଜିଲକୁ ସୁନାମି ଚେତାବନୀ ଜାରି କରାଯାଇଥିଲା । ଆଉ ଏବେ ଭୟଙ୍କର ଭୂମିକମ୍ପ ପରେ ରୁଷ ଏବଂ ଜାପାନର ଅନେକ ଅଞ୍ଚଳରେ ସୁନାମି ତରଙ୍ଗ ଉଠିବା ଆରମ୍ଭ ହୋଇଛି । ଏହି…

ନେପାଳରେ ପାକିସ୍ତାନର ବାଂଲାଦେଶ ମଡେଲ! ପ୍ରସ୍ତୁତ ହେଉଛି ଭାରତ ବିରୋଧୀ ଭୂମି

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବେ ଭାରତ ବିରୁଦ୍ଧରେ ନେପାଳକୁ ଏକ ନୂତନ ମୋର୍ଚ୍ଚା କରିବାକୁ ପ୍ରସ୍ତୁତ ହେଉଛି। ବାଂଲାଦେଶରେ ନିଜର କବଜାକୁ ମଜବୁତ କରିବା ପରେ, ISI ଏବେ ନେପାଳରେ ଏକ ମୌଳିକ ନେଟୱାର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ,…

ହୋଇପାରିନି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ୨୫% ଶୁଳ୍କ ନେଇ ଟ୍ରମ୍ପ ଦେଲେ ବଡ ଇସାରା, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ସାମ୍ପ୍ରତିକ ସପ୍ତାହଗୁଡ଼ିକରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଭାବରେ କହି ଆସୁଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଶୀଘ୍ର ହୋଇପାରେ । ଯାହା ଆଶା ସୃଷ୍ଟି କରିଛି ଯେ ଏହି ଚୁକ୍ତି ଅଗଷ୍ଟ ୧ ପୂର୍ବରୁ ହୋଇପାରେ । କିନ୍ତୁ ଏପର୍ଯ୍ୟନ୍ତ…

ସମୁଦ୍ରରେ ବଢିଲା ଭାରତର ଶକ୍ତି: ନୌସେନାକୁ ମିଳିବ ୯ଟି ଅତ୍ୟାଧୁନିକ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବା ପାଇଁ, ସରକାର ନଅଟି ଆଧୁନିକ ବୁଡ଼ାଜାହାଜ କିଣିବା ବିଷୟରେ ବିଚାର କରୁଛନ୍ତି। ସୂତ୍ର ଅନୁସାରେ, ଏହି ପ୍ରସ୍ତାବ ପ୍ରୋଜେକ୍ଟ-୭୫ (ଭାରତ) ଅଧୀନରେ ପ୍ରସ୍ତୁତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୯୦,୦୦୦ କୋଟି ଟଙ୍କାରୁ ୧ ଲକ୍ଷ କୋଟି ଟଙ୍କା…

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ…

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ପାର୍ଲାମେଣ୍ଟ/ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ…

ଭୟଙ୍କର ଭୂମିକମ୍ପ ସାଙ୍ଗକୁ ସୁନାମୀ ଆତଙ୍କ: ଥରିଗଲା ରୁଷ,ଜାପାନ…ଉପକୂଳକୁ ମାଡ଼ି ଆସିଲା ୧୩ ଫୁଟ୍‌ ଉଚ୍ଚର ଜୁଆର

ନୂଆଦିଲ୍ଲୀ: ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ଏତେ ଭୟଙ୍କର ଯେ ଯାହାର ଭିଡିଓ ଛାତି ଥରାଇ ଦେବ । ଯାହା ୨୦୧୧ ପରେ ହୋଇଥିବା ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କୁହାଯାଉଛି । ତେବେ ଆଜି ପ୍ରତ୍ୟୁଷରେ ରୁଷିଆର ପୂର୍ବ…

ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର। ୨ ଆତଙ୍କବାଦୀ ନିପାତ। ପୁଞ୍ଚ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ। ଆତଙ୍କବାଦୀ ଲୁଚିରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି। ପୁଞ୍ଚର କସାଲିଆନ୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ଭୟଙ୍କର…

ଅଗଷ୍ଟ ୯ରେ କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି

କୋରାପୁଟ: ଆସନ୍ତା ୯ ତାରିଖ ଅର୍ଥାତ୍ ରକ୍ଷାବନ୍ଧନରେ ମହିଳା ପାଇବେ ଉପହାର। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସି ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ। ଉପମୁଖ୍ୟମନ୍ତ୍ରୀ…