Latest Odisha News

BREAKING NEWS

୨ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ଦୁଇ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପଦବୀରେ ପଦୋନ୍ନତି ଦିଆଯାଇଛି। ସେହିପରି ଅନ୍ୟ ଦୁଇଜଣଙ୍କୁ ସୁପର ଆଡମିନିଷ୍ଟ୍ରେଟିଭ ଗ୍ରେଡ୍ (ଏସଏଜି) କୁ ଉନ୍ନୀତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପୃଥକ ବିଜ୍ଞପ୍ତି…

ନୟାଗଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା; ସ୍ତ୍ରୀ ଓ ପୁଅ ପେଟ୍ରୋଲ ଢାଳି ପୋଡ଼ି…

ନୟାଗଡ଼: ନୟାଗଡ଼ ସହରରେ ଶନିବାର ଦିନ ଜଣେ ଫରେଷ୍ଟରଙ୍କ ବାସଭବନରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହା ପରେ ପୋଲିସ ଛାନଭିନ୍ନ କରିଥିଲା। ମୃତକ ଶିଶିର ସାହୁ ନୟାଗଡ଼ ଜିଲ୍ଲାର ସରନକୁଳ ପଞ୍ଚରିଡା ରେଞ୍ଜରେ ଜଣେ ଫରେଷ୍ଟର ଥିଲେ। ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ…

ସୁପର ଓ୍ବେପନରେ ୟୁକ୍ରେନକୁ ଜବାବ !

ନୂଆଦିଲ୍ଲୀ: ୟୁକ୍ରେନର ଡ୍ରୋନ୍ ତାଣ୍ଡବ । ଋଷର ୪ଟି ଏୟାରବେସରେ ୪୦ଯୁଦ୍ଧ ବିମାନ ଧ୍ବଂସ । ସୁପର ପାଓ୍ବାରର ସେନା ଗୌରବକୁ ସିଧା ଚ୍ୟାଲେଞ୍ଜ କରିଛି ୟୁକ୍ରେନ୍ । ୟୁକ୍ରେନ୍ ପକ୍ଷରୁ ହୋଇଥିବା ଏହି ଆକ୍ରମଣ ନାଟୋରୁ ମିଳିଥିବା ହତିଆର ଓ ଗୁଇନ୍ଦା ସୂଚନା ପାଇଁ ସମ୍ଭବ ହୋଇଥିବା କୁହାଯାଉଛି।…

ବିହାରରେ ଚିରାଗ ମୁଖ୍ୟମନ୍ତ୍ରୀ ଚେହେରା !

ନୂଆଦିଲ୍ଲୀ: ବିହାର ରାଜନୀତିରେ ଚର୍ଚ୍ଚାରେ ଚିରାଗ ପାଶଓ୍ବାନଙ୍କ ଗୁଗଲି । ବିହାର ବିଧାନସଭା ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ! ପ୍ରଥମେ ଲୋକ ଜନଶକ୍ତି ପାର୍ଟି ରାମବିଳାଶ ପାଇଁ ୩୦ଟି ବିଧାନସଭା ସିଟ୍ ମାଗିଥିଲେ ଚିରାଗ । ପରେ ସେ ନିଜେ ବିଧାନସଭା ନିର୍ବାଚନ ଲଢିବା…

ଏଣିକି ବାଲ୍ୟବିବାହର ସୂଚନା ଦେବେ ପ୍ରଧାନଶିକ୍ଷକ, ସିଏମ୍‌ଆଇଓ ଭାବେ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର: ଆଜି ବି କିଛି ଅଞ୍ଚଳରେ ହଟିନି ବାଲ୍ୟ ବିବାହ ପ୍ରଥା। ଆଜି ବି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି। ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଭୋଜି ଭାତ କରି, ମଉଜ କରି ବଡ଼ ସୁରୁଖୁରୁରେ ବାଲ୍ୟ ବିବାହଟିକୁ ସମ୍ପର୍ଣ୍ଣ…

ବିସିସିଆଇର କାର୍ଯ୍ୟନିର୍ବାହୀ ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଲା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ବୋର୍ଡର କାର୍ଯ୍ୟନିର୍ବାହୀ ସଭାପତି ହୋଇପାରନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସିସିଆଇ ସଭାପତି ରୋଜର ବିନ୍ନି ଜୁଲାଇ ୧୯ ରେ ୭୦ ବର୍ଷ ବୟସରେ ପଦାର୍ପଣ କରିବେ।…

ଏଣିକି ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି, ଚଳିତ ମାସଠାରୁ ଲାଗୁ ହେବ ନୂଆ ଅବକାରୀ ନୀତି

ଭୁବନେଶ୍ବର: ରାଜ୍ୟରେ ଚଳିତ ମାସ ନୂତନ ଅବକାରୀ ନୀତି ଲାଗୁ ହେବ। ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ନୂଆ ଆହ୍ୱାନ ହେବ। ନୂତନ ଅବକାରୀ ନୀତିରେ ନୂଆ ଦୋକାନ ଖୋଲିବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ…

ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି…

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରେ ସାମିଲ ନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଟାୱା ଏବଂ ନୂଆଦିଲ୍ଲୀ ମଧ୍ୟରେ ମତାନ୍ତର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡା ଯିବାର ସମ୍ଭାବନା ବହୁତ୍ କମ୍ ରହିଛି । ଜି-୭ ହେଉଛି ବିଶ୍ୱର…

ସିକ୍କିମରେ ପର୍ଯ୍ୟଟକ ନିଖୋଜ ଘଟଣା, ଘରକୁ ଫେରିଲେ ଇତିଶ୍ରୀଙ୍କ ପରିବାର

ଭୁବନେଶ୍ଵର: ଓଡିଶା ଫେରିଛନ୍ତି ସିକ୍କିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର । ଆଜି ସକାଳେ ଯାଜପୁରରୋଡ ଷ୍ଟେସନରେ ପହଞ୍ଚିଛନ୍ତି ପରିବାରର ୪ ଜଣ ସଦସ୍ୟ । ନିଜ ମାଟିକୁ ଫେରିବା ପରେ ସେଦିନର ଛାତିଥରା ଘଟଣା ବିଷୟରେ କହିଛନ୍ତି । ଆଜି ସକାଳେ…

ପୁଣି ମାଟିତଳୁ ମିଳିଲା ୨.୫ ଟନ୍ ବିସ୍ଫୋରକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି । ତିରିଲିପୋଷ ଜଙ୍ଗଲରେ କୋବ୍ରା ବାଟାଲିଅନ, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରକ ଠାବ ହୋଇଥିଲା । ମାଟିତଳେ ଲୁଚାଇଥିଲେ ମାଓବାଦୀ । ଯବାନମାନଙ୍କ…