Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା; ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଯାହା ଫଳରେ ଅନେକ ଜିଲ୍ଲା ପାଇଁ ପାଣିପାଗ ସତର୍କତା ଜାରି କରାଯାଇଛି। ଆଇଏମଡି ପକ୍ଷରୁ ବୁଧବାର ଦିନ…

ଛାତ୍ରମାନେ ରାଜନୈତିକ ଅସ୍ତ୍ର ନୁହଁନ୍ତି; CJP ପ୍ରତିବାଦ ମଧ୍ୟରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ସରକାର NEET ସହିତ ଜଡିତ ସମସ୍ତ ପ୍ରସଙ୍ଗ ଏବଂ ଯୁବପିଢ଼ିଙ୍କ ପ୍ରତ୍ୟେକ ଯଥାର୍ଥ ଚିନ୍ତା ଉପରେ ସଂସଦରେ ବିସ୍ତୃତ ଆଲୋଚନା କରିବାକୁ…

ପ୍ଲାଷ୍ଟିକ ଖାଉଛି ଫଙ୍ଗସ

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ଆଜି ବିଶ୍ୱର ସବୁଠାରୁ ବଡ଼ ପରିବେଶଗତ ସମସ୍ୟା ପାଲଟିଛି। ଲକ୍ଷ ଲକ୍ଷ ବର୍ଷ ଧରି ଏହା ନଷ୍ଟ ହୁଏ ନାହିଁ। ଭୂମି, ନଦୀ ଏବଂ ସମୁଦ୍ରକୁ ପ୍ରଦୂଷିତ କରେ। କିନ୍ତୁ ଏବେ ବୈଜ୍ଞାନିକମାନେ ଏକ ଚମତ୍କାର କବକ ବା ଫଙ୍ଗସ ଆବିଷ୍କାର କରିଛନ୍ତି ଯାହା ପ୍ଲାଷ୍ଟିକ୍‌କୁ ଖାଦ୍ୟରେ…

ସିକିମରେ ଟନେଲ ଭୁଶୁଡିବା ଘଟଣା; ୨୦ ମୃତଦେହ ଉଦ୍ଧାର

ସିଲିଗୁଡି: ସିକିମର ନାମଚି ଜିଲ୍ଲାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ଏକ ସୁଡଙ୍ଗ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିଲେ ୨୭ ଜଣ। ସେମାନଙ୍କ ମଧ୍ୟରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସୁଡଙ୍ଗରୁ ଦୁଇଜଣ ଶ୍ରମିକ ବାହାରି ଆସିଥିବା ବେଳେ ଅବଶିଷ୍ଟ ଲୋକଙ୍କ ସନ୍ଧାନ ଜାରି…

‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬’ ରିପୋର୍ଟ:ଦେଶର ଶୀର୍ଷ ୫ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ

ଭୁବନେଶ୍ୱର:ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ପ୍ରକାଶିତ 'ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (IFI) ୨୦୨୬'ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀ, ସମସ୍ତ ସରକାରୀ ବିଭାଗ, ଶିଳ୍ପ ସହଯୋଗୀ, ଉଦ୍ୟୋଗୀ,…

Dharmendra Pradhan’s resignation:ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ…

ଭୁବନେଶ୍ୱର:ନିଟ୍ ବିବାଦ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ ଦଳୀୟ ସାଂସଦଙ୍କ ସହ ଆଲୋଚନା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ…

Heavy rainfall:୪୮ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ଵର:ରାଜ୍ୟରେ ଆହୁରି ୬ ଦିନ ଯାଏ ବର୍ଷା ହେବ । ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ବର୍ଷା ରହିଛି। ଟ୍ରପ ପ୍ରଭାବରେ ୪୮ ଘଣ୍ଟା ପ୍ରବଳ ବର୍ଷା…

ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ୍ୟୁ

ନୀଳଗିରି:ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ଛତ୍ରପୁର ପଞ୍ଚାୟତ ମଧୁପୁରିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା । ଖେଳୁଥିବା ବେଳେ ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ । ମୃତ ଶିଶୁ ଦୁଇଜଣ ହେଲେ ଦାସରଥି ହାସଦାଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଦୀପକ ହାସଦା ଓ ସୁନାରାମ ହାସଦାଙ୍କ ୧୫ ମାସର ଶିଶୁକନ୍ୟା…

FIH Hockey Men’s World Cup 2026:ପୁରୁଷ ହକି ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା;ଟିମରେ ଓଡ଼ିଶାର ୨…

ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ବେଲଜିୟମ ଓ ନେଦରଲାଣ୍ଡରେ ଅନୁଷ୍ଠିତ ହେବ FIH ହକି ବିଶ୍ୱକପ୍ (FIH Hockey World Cup)। ଏନେଇ ହକି ଇଣ୍ଡିଆ ୨୦ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରିଛି । ଏହି ଅବସରରେ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ( Craig Fulton) ଆଶା ବ୍ୟକ୍ତ…

ଆୟୋଜିତ ହେବାକୁ ଯାଉଛି ୩୨ ବର୍ଷରେ ସବୁଠାରୁ ଛୋଟ ରାଜ୍ୟଗୋଷ୍ଠୀ କ୍ରୀଡା

ନୂଆଦିଲ୍ଲୀ : ଆଉ କିଛି ଘଂଟା ପରେ ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡାର ୨୩ତମ ସଂସ୍କରଣ ୨୩ ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ୩୨ ବର୍ଷ ପରେ ଏହା ସବୁଠାରୁ ଛୋଟ ରାଜ୍ୟଗୋଷ୍ଠୀ କ୍ରୀଡା ହେବ । ମାତ୍ର ୧୦ଟି କ୍ରୀଡାରେ ପ୍ରତିଯୋଗୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ । ୧୨ ବର୍ଷ ମଧ୍ୟରେ…