Latest Odisha News

BREAKING NEWS

ଏଚସିଏଲ୍ ଟେକ୍ ଖୁବଶୀଘ୍ର ରାଜ୍ୟରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଚସିଏଲ୍ ଟେକ୍ ଖୁବଶୀଘ୍ର ଓଡିଶାରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ଏଚସିଏଲ ଟେକ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ସେ…

ଓଡ଼ିଶାରେ ପାଇଲଟ୍ ଭାବରେ ଆରମ୍ଭ ହେଲା ଏଆଇ ଆନ୍ଥରୋପୋମେଟିକ ଟୁଲ୍

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ଆଇସିଏମଆର୍ ଅଡିଟୋରିୟମ ହଲରେ “ଶିଶୁ ମାନଙ୍କ ଅଭିବୃଦ୍ଧି ନିରୀକ୍ଷଣ ନିମନ୍ତେ ଏଆଇ ଉପକରଣ” ଶୀର୍ଷକ ଏକ ୫ ଦିନିଆ ତାଲିମ ତଥା କର୍ମଶାଳା ଉଦଘାଟନ ହୋଇଯାଇଛି । ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ, ୱାଧୱାନୀ ଏଆଇ, ଆଇସିଏମଆର- ଆରଏମଆରସି…

୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ବି.ଏସ.ଏଫ ୯-୨ ଗୋଲ ବ୍ୟବଧାନରେ ତେଲେଙ୍ଗନା ପୋଲିସ ଦଳକୁ ପରାସ୍ତ କରିଥିଲା । ସେହିପରି ଆଇଟିବିପି ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯାଇଥିଲା । ଏହି…

ଓଡିଶା ରାଜ୍ୟ ଵିଧି ଆୟୋଗ କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଵିଧି ଆୟୋଗ କାର୍ଯ୍ୟାଳୟ ଆଜି ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି I ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଓ ସଂଶୋଧନ…

ବିଜେଡିରେ କ୍ଷମତା ଲଢେଇ

ଭୁବନେଶ୍ବର: ବିଜେଡି ରାଜନୀତିରେ ଟୁଇଷ୍ଟ ପରେ ଟୁଇଷ୍ଟ। ଓ୍ବକଫ୍ ସଂଶୋଧନ ବିଲ ସମର୍ଥନରେ ଭୋଟ୍ ପରଠୁ ନେତାଙ୍କ ବୟାନବାଜିରେ ଉଠୁଛି ପଡୁଛି ରାଜନୀତି। ଦଳର ଆଭିମୁଖ୍ୟରେ ୟୁ-ଟର୍ଣ୍ଣ ପରଠୁ ଅନେକ ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କୁ କାଠଗଡାକୁ ଟାଣିଲେ। ମୁନା ଖାଁ ନବୀନଙ୍କୁ ଭେଟିଲେ ତ…

୨୦୨୪-୨୫ ଆର୍ଥିକ ବର୍ଷରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର: ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି…

ପ୍ରଥମ ଭାରତୀୟ ଭାବେ ଟି୨୦ରେ ଏହି ରେକର୍ଡ କଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଟି୨୦ କ୍ରିକେଟରେ ୧୩୦୦୦ ରନ ପୂର୍ଣ୍ଣ କରିଛନ୍ତି । ବିଶ୍ୱ କ୍ରିକେଟରେ…

ଓଡ଼ିଆ ପକ୍ଷ ପାଳନର ୭ମ ଦିନ: ବିଦ୍ୟାଳୟର କୁନି ଶିଶୁମାନଙ୍କୁ ବର୍ଣ୍ଣବୋଧ ବାଣ୍ଟିଲେ ମନ୍ତ୍ରୀ ଓ ସାଂସଦ

ଭୁବନେଶ୍ବର: ଆଜି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ । ସାରା ରାଜ୍ୟରେ ଆଜି ପାଳିତ ହୋଇଯାଇଛି ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ଉତ୍ସବ । ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧକୁ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କୁ ପ୍ରଦାନ କରିବା ପାଇଁ ଓଡ଼ିଆ ଭାଷା,…

ଶ୍ରୀଲୀଲାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ଯୁବ ପିଢ଼ୀଙ୍କ ପ୍ରିୟ ଅଭିନେତା ସାଜିଛନ୍ତି । କ୍ରମାଗତ ହିଟ ଫିଲ୍ମ ଦେଇ ସେ ଷ୍ଟାର ପାଲଟି ଯାଇଛନ୍ତି । କାର୍ତିକଙ୍କ ନାମ ଏବେ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ଯୋଡାଯାଉଛି । ଅବଶ୍ୟ ପୂର୍ବରୁ ସାରା ଅଲୀ ଖାଁ ଓ ଜାହ୍ନବୀ କାପୁରଙ୍କ ସହ ମଧ୍ୟ…

୬ ସହରରେ ୩୮ ଡିଗ୍ରୀ ଟପିଲା ତାପମାତ୍ରା, ୪୧ ଡିଗ୍ରୀରେ ସିଝିଲା ଝାରସୁଗୁଡା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ଖରାର ପ୍ରକୋପ । ଫଳରେ ଅସହ୍ୟ ହେବାରେ ଲାଗିଛି ଗରମ । ୪୧ ଡିଗ୍ରୀ ତାପମାତ୍ରା ସହ ସୋମବାର ପଶ୍ଚିମ ଓଡ଼ିଶାର ଝାରସୁଗୁଡା ସହର ସବୁଠୁ ଉତ୍ତପ୍ତ ଭାବେ ରେକର୍ଡ ଭାଙ୍ଗିଛି । ଏହାପରକୁ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର ସମ୍ବଲପୁର, ରାଉରକେଲା ଏବଂ…