Latest Odisha News

BREAKING NEWS

ହାଇକୋର୍ଟରେ ପଦ୍ମଶ୍ରୀ ମାମଲାରେ ପୂର୍ଣ୍ଣଚ୍ଛେଦ, ୧୦ ହଜାର ତଣ୍ଡ ଗଣିବେ ଆବେଦନକାରୀ

କଟକ: ବୁଧବାର ଓଡିଶା ହାଇକୋର୍ଟରେ ପଦ୍ମଶ୍ରୀ ବିବାଦ ମାମଲାର ଅନ୍ତ ଘଟିଛି । ମାମଲା ଖାରଜ ସହ ଆବେଦନକାରୀଙ୍କୁ ୧୦ ହଜାର ତଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନ ଅନୁସାରେ ଆବେଦନକାରୀ ଉପଯୁକ୍ତ ତଥ୍ୟ ଦେଇପାରି ନ ଥିଲେ । ସେହି କାରଣରୁ ଅଦାଲତର ସମୟ ନଷ୍ଟ କରିଥିବାରୁ ତଣ୍ଡ ଗଣିବାକୁ…

ଚୀନ୍ ଉପରେ ୨୪୫% ଟାରିଫ୍ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଟାରିଫ୍ ୱାର ଥମିବାର ନା ନେଉନାହିଁ। ଉଭୟ ଦେଶ ପରସ୍ପର ଉପରେ ଟାରିଫକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି। ଗତ ୨ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ…

“ଭାଷା ଧର୍ମ ନୁହେଁ”: ସାଇନବୋର୍ଡରେ ଉର୍ଦ୍ଦୁ ବିରୋଧରେ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ପୌରପାଳିକାର ସାଇନ୍ ବୋର୍ଡରେ ଉର୍ଦ୍ଦୁ ଭାଷା ବ୍ୟବହାରକୁ ବିରୋଧ କରି ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । ସେ ଚେତାବନୀ ଦେଇଛନ୍ତି ଯେ, ଭାଷା ବିଭାଜନର କାରଣ ହେବା ଉଚିତ୍ ନୁହେଁ ଏବଂ ଭାରତର ଭାଷାଗତ ବିବିଧତାକୁ ପ୍ରଶଂସା କରାଯିବା…

ଲକ୍ଷ୍ନୌ ଟିମ ସହିତ ଯୋଗ ଦେଲେ ୧୫୬ କିମି ବେଗରେ ବୋଲିଂ କରୁଥିବା ବୋଲର

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନକୁ ଯୁବ ପେସ ବୋଲର ମୟଙ୍କ ଯାଦବଙ୍କ ଅନୁପସ୍ଥିତି ପ୍ରଭାବିତ କରୁଥିଲା । ସେ ଆଘାତ ସମସ୍ୟାରୁ ମୁକୁଳି ପାରି ନ ଥିବାରୁ ଏ ପର୍ଯ୍ୟନ୍ତ ଲକ୍ଷ୍ନୌ ପକ୍ଷରୁ ଗୋଟିଏ ବି ମ୍ୟାଚ ଖେଳିପାରି ନାହାନ୍ତି । ଲକ୍ଷ୍ନୌ ଟିମ ବୁଧବାର ସେ…

ପୁରୀରେ ମହାପ୍ରଭୁଙ୍କ ଆଶିଷ ନେଲେ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ

ପୁରୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ବୁଧବାର ଦିନ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି। ତାଙ୍କ ପତ୍ନୀ ତଥା ଲୋକସଭା ସାଂସଦ ଡିମ୍ପଲ ଯାଦବ ମଧ୍ୟ ଦର୍ଶନ କରିଥିଲେ। ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। "ଆଜି, ମୁଁ ପ୍ରଭୁ…

ମୃତଦେହ ପରିବହନ ପାଇଁ କଲ୍ ସେଣ୍ଟର; ୧୦୮ ଆମ୍ବୁଲାନ୍ସ ଭଳି ରହିବ ଟୋଲ ଫ୍ରି ନମ୍ବର

ଭୁବନେଶ୍ବର: ରାଜ୍ୟରେ ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍ ସେଣ୍ଟର । ୧୦୮ ଆମ୍ବୁଲାନ୍ସ ସେବା ଭଳି ରହିବ ଟୋଲ୍ ଫ୍ରି ନମ୍ବର । କଲ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତଦେହକୁ ଠିକ୍‌ ସମୟରେ ଏବଂ ସୁବିଧାରେ…

ରୋହିତ, ବିରାଟଙ୍କ ପାଇଁ ବିସିସିଆଇ ଏବେ ଘୋଷଣା ନ କରିପାରେ ନୂଆ ଚୁକ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୂନର୍ବାର ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ କରାଯିବ କି ନାହିଁ ସେ ଏବେ ବି ଦ୍ୱନ୍ଦ୍ୱ ରହିଛି । ଏବେ ଉଭୟ ଖେଳାଳି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଖେଳୁଛନ୍ତି ।…

ଓଡ଼ିଶା ଆଇ-ଟି ପ୍ରମୁଖ ମୁଖ୍ୟ କମିଶନର ହେଲେ ପାରମିତା ଶତପଥୀ ତ୍ରିପାଠୀ

ଭୁବନେଶ୍ବର: ପାରମିତା ଶତପଥୀ ତ୍ରୀପାଠି ବୁଧବାର ଓଡ଼ିଶା ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର (ଆଇ-ଟି) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ହେଉଛନ୍ତି ପାରମିତା । ସେ ମନୋରଞ୍ଜନ ପାଣିଗ୍ରାହିଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ।…

କିମ୍‍ସରେ ମିନିମାଲି ଇନଭେସିଭ୍ ପଦ୍ଧତିରେ ସଫଳ ହୃଦ୍‍-ଅସ୍ତ୍ରୋପଚାର

ଭୁବନେଶ୍ୱର: କିମ୍‍ସରେ ମିନିମାଲି ଇନ୍‍ଭେସିଭ୍‍ ପଦ୍ଧତିରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି। ନିକଟରେ ହୃତପିଣ୍ଡର ବାମ ଭାଗରେ ଗମ୍ଭୀର ମିଟ୍ରାଲ ଭଲଭ୍ ଷ୍ଟେନୋସିସ୍ ରୋଗରେ ପୀଡ଼ିତ ଜଣେ ୫୪ ବର୍ଷୀୟ ରୋଗୀଙ୍କଠାରେ ଏହି କୌଶଳରେ ସଫଳ ଅସ୍ତ୍ରୋପଚାର କରାଯାଇ ମିନିମାଲି ଇନଭେସିଭ୍…

ଏପ୍ରିଲ୍ ୧୭ରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗାମୀ ସାଧାରଣ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ଏପ୍ରିଲ୍ ୧୭ ସକାଳ ୧୧ଟାରେ ଖୋଲିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ ୨୧ ଏପ୍ରିଲ୍ ସକାଳ ୮ଟାରେ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ଅଭିଯୋଗ ଶୁଣାଣି ପାଇଁ…