Latest Odisha News

BREAKING NEWS

ନିର୍ବାଚନ ସମ୍ବନ୍ଧୀୟ ଖବର ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲ୍

ଭୁବନେଶ୍ୱର: ଏବେ ନିର୍ବାଚନୀ ଖବର ଉପରେ ପୋଲିସର ରହିବ କଡା ନଜର । ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୁକ୍ତଙ୍କୁ ଆଉ ମିଳିବନି ତ୍ରାହି । ଏଥର ସୋସିଆଲ ମିଡିଆ ମନିଟର କରିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲ୍ । ଏନେଇ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ କେଙ୍କୁ ଦାୟିତ୍ବ ମିଳିଛି ।…

ଇଡି ଅଫିସରେ କେମିତି କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି, ସକାଳୁ ଉଠି କ’ଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୀର୍ଘ ୨ ଘଣ୍ଟାର ପଚରାଉଚରା ପରେ ଗତକାଲି କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ତାଙ୍କୁ ଆଜି PMLA କୋର୍ଟରେ ହାଜର କରାଯିବ । ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ମୁଖ୍ୟାଳୟର ଜେଲରେ ରଖାଯାଇଥିଲା । ଇଡି…

ଭୁଶୁଡିଲା ନିର୍ମାଣାଧିନ ପୋଲ, ଜଣେ ମୃତ, ଅନେକ ଏବେବି ପୋଲ ତଳେ ଚାପି ହୋଇ ରହିଥିବା ସୂଚନା

ପାଟଣା: ବିହାର ଦିବସରେ ବିହାରରେ ଘଟିଲା ବଡ ଅଘଟଣ । ଭୁଶୁଡି ପଡିଲା ନିର୍ମାଣଧିନ ପୋଲ । ପୋଲ ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ପ୍ରାଣ । ଅନେକ ଶ୍ରମିକ ଏବେବି ପୋଲ ତଳେ ଚାପି ହୋଇ ରହିଥିବା ସୂଚନା । ବିହାରର ସୁପୌଲ ଠାରେ ଥିବା କୋସି ନଦୀରେ ଘଟିଛି ଏହି ବଡ ଅଘଟଣ । ସୂଚନାଯୋଗ୍ୟ ଯେ, ଏହି…

ଆଜିଠୁ ଯୁକ୍ତ ୨ ଖାତା ଦେଖା, ଉଭୟ ଅନଲାଇନ ଓ ଅଫଲାଇନରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ ଲାଇନ୍‌ ଓ ଅନଲାଇନରେ ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏଁ ଚାଲିବ ।…

କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ମାଷ୍ଟରକ୍ୟାଣ୍ଟିନ ଠାରେ ଆପ୍ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ଵର: ଗତକାଲି (ଗୁରୁବାର) ରାତି ୯ଟା ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଯାହାକୁ ବିରୋଧ କରି ରାଜଧାନୀ ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ରାତି ସାରା ଆପ୍ କର୍ମୀଙ୍କ ବିକ୍ଷୋଭ ପ୍ରତିବାଦ ଜାରି…

ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ; କହିଲେ, ଖୁବ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଦିଲ୍ଲୀରୁ ଫେରିଲେ ମନମୋହନ । ଗୁରୁବାର ରାତିରେ ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଲେନି…

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ବିଶ୍ଵ କବିତା ଦିବସ’ ପାଳିତ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବିଶ୍ଵ କବିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତ ତଥା ବରିଷ୍ଠ କବି ରଞ୍ଜନ କୁମାର ଦାସ ଉଦ୍‌ଘାଟକ ଭାବେ…

ପରଲୋକରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ

ଭୁବନେଶ୍ବର: ପରଲୋକରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ଆଜି ସକାଳ ୫ଟା ୨୩ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦାମୋଦର ରାଉତଙ୍କ ଦେହାନ୍ତ…

ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ନେଇ ଫିଲ୍ମ – “ଖୋକା ଭାଇ ତମ ପାଇଁ” ଶୁଭ ମହୁରତ

ଭୁବନେଶ୍ୱର : କୁହୁ ସିନେ ଫ୍ଲିକ୍ସ ଓ ଭଦ୍ରା ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଓଡ଼ିଆ ଗୀତ ଓ ସଙ୍ଗୀତର ଅମଳିନ ପ୍ରତିଭା ଅକ୍ଷୟ ମହାନ୍ତିଙ୍କ ଉପରେ ଏକ ନିଆରା ଫିଲ୍ମ "ଖୋକା ଭାଇ ତମ ପାଇଁ" ର ଶୁଭ ମହୁରତ ଆର.ସି.ଏମ୍ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖୋକା ଭାଇଙ୍କ…