Latest Odisha News

BREAKING NEWS

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ । ଗତକାଲି ବିଜେପିର ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ ପଶୁପତି ପାରସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପାରସ କହିଛନ୍ତି…

ବରଗଡରେ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ, ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ

ବରଗଡ: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନା ରହିଥିଲେ ମଧ୍ୟ ଅନେକ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚିପାରୁନାହି ଏବଂ ଯେଉଁ ଯୋଜନା ଲୋକଙ୍କ ନିକଟକୁ ପହଞ୍ଚିପାରୁଛି ସେଥିରେ ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ହିତାଧିକାରୀ ମାନେ ସରକାରଙ୍କ ଯୋଜନାର ଲାଭ…

ବଳ ଗୋଟାଉଛି ବିଜେପି: ବିଜେପି-ପିଏମକେ ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପାଇଁ ମେଣ୍ଟ କରିବେ ପିଏମକେ ଓ ଭାଜପା । ଏନେଇ ପିଏମକେ ଘୋଷଣା କରିଛି । ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି । ଆଞ୍ଚଳିକ ଦଳ ପିଏମକେ ୧୦ ବର୍ଷ ହେବ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଏହି ଦଳ ଏନଡିଏ ସହ…

ବଡ ଧରଣର ଏନକାଉଣ୍ଟର, ୪ ନକ୍ସଲ ନିହତ

ମୁମ୍ବାଇ; ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ । ଗଡଚିରୋଲି ଏହେରି ଥାନା କୋଲାମାରକା ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି । ମୃତ ୪ ମାଓବାଦୀ ହେଉଛନ୍ତି ତେଲେଙ୍ଗାନା ଷ୍ଟେଟ କମିଟିର । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ, ୨ଟି…

ସାବାଡ ହେବେ ଅମାନିଆ; ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗିଲେ ଗାଡ଼ି ଜବତ ସହ ଡିଏଲ ରଦ୍ଦ ହେବ

ଭୁବନେଶ୍ବର: ଏଣିକି ଆଉ ଟ୍ରାଫିକ୍‌ ସିଗନାଲ୍ ଡେଇଁ ଯାଇପରିବେନି ଅମାନିଆ ଡ୍ରାଇଭର । କଡ଼ା କଡ଼ି ହେଲା ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଫାଇନ ଗଣିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ ମଧ୍ୟ କରାଯିବ ।…

ଲୋକସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଲେ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବ

ଲକ୍ଷ୍ନୌ: ବାଜିସାରିଛି ବିଗୁଲ । ଘୋଷଣା ସରିଛି ଲୋକସଭା ନିର୍ବାଚନ ୨୦୨୪ର ତାରିଖ । ତାରିଖ ଘୋଷଣା ପରେ ସବୁ ରାଜନୈତୀକ ଦଳ ଏବେ ତାଙ୍କର ପ୍ରଚାର ପ୍ରସାର ଜୋର କରିଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ପତ୍ନୀ ଡିମ୍ପଲ୍ ଯାଦବ ମଧ୍ୟ ମେନପୁରୀରେ ଜୋରସୋରରେ ପ୍ରଚାର ଆରମ୍ଭ…

ଗହିରମଥା ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଟ୍ରଲର ମାଫିଆଙ୍କ ଆକ୍ରମଣ

କେନ୍ଦ୍ରାପଡା: କେନ୍ଦ୍ରାପଡା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବନ ବିଭାଗର ୧୧ ଜଣିଆ ଟିମ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ଏମାନେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ…

କବିତା : ଏଇ ଫଗୁଣରେ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏଇ ଫଗୁଣରେ .... ଆଖିଯୋଡିକ ମୋର ଖୋଜୁଛି ତୁମକୁ ଅତି ନିକଟରେ, ତୁମ ଉପେକ୍ଷlରେ.... ସ୍ୱପ୍ନ ମୋର ସବୁ ମଉଳିଯାଇଛି ଅବଶିଷ୍ଟ ଅବସୋସରେ ....! ଭାଙ୍ଗିଯାଉ ତୁମ ପାହାଡ଼ର ନୀରବତା ମୋ ଗୋଟିଏ ଶବ୍ଦରେ , ହସର ଫୁଆରା ଖେଳିଯାଉ ମୋ ଓଠରେ ତୁମ…

ବେଙ୍ଗାଲୁରୁ ପରେ ମୁମ୍ୱାଇରେ ବି ଘନେଇଲାଣି ଜଳ ସଙ୍କଟ

ନୂଆଦିଲ୍ଲୀ: ମୁମ୍ୱାଇ ସହରରେ ଘନେଇଲାଣି ଜଳ ସଙ୍କଟ । ଗତକାଲିଠାରୁ ସହରରେ ୫ ପ୍ରତିଶତ କମ୍  ପାଣି ଯୋଗାଇ ଦିଆଯାଇଥିଲା। ଏମିତିକି ଆଜି ବି ମୁମ୍ୱାଇରେ  ୧୫ ପ୍ରତିଶତ କମ୍ ପାଣି ଯୋଗାଣ ପାଇଁ ବୃହଦ ମୁମ୍ୱାଇ ମହାନଗର ନିଗମ (ବିଏମସି) ଘୋଷଣା କରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା…

ପୁରୀରେ ପିଲାଚୋରୀ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ପୁରୀ: ପୁରୀରେ ମାତିଛନ୍ତି ପିଲାଚୋର । ପିଲାଚୋରୀ ସନ୍ଦେହରେ ୩ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରି ଲହୁଲହାଣ କରିଛନ୍ତି । ପିଲା ଚୋର ସନ୍ଦେହରେ ଏହି ଯୁବକମାନେ ଗାଁରେ ପଶିଥିବା ଭାବି ଗାଁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଖବର ମୁତାବକ,…