Latest Odisha News

BREAKING NEWS

ଭାରତ ଫେରିବେ କତାରରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ! 

ନୂଆଦିଲ୍ଲୀ: କତାରରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ଖୁବ୍‌ଶୀଘ୍ର ଭାରତ ଫେରିବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ସୂଚନା ଦେଇଛନ୍ତି। ମୃତ୍ୟୁଦଣ୍ଡ ବିରୋଧରେ କତାର କୋର୍ଟରେ ଏକ ଆବେଦନ କରାଯାଇଥିଲା।ଭାରତୀୟ ନାଗରିକଙ୍କ ସମେତ ଅନେକ କଏଦୀଙ୍କୁ କତାର କୋର୍ଟରେ କ୍ଷମା…

ରାଉରକେଲାରେ ଝାଡାବାନ୍ତି ରୋକିବାକୁ ତତ୍ପର ୱାଟକୋ, ଚାଲିଛି ପାଇପ ମରାମତି

ରାଉରକେଲା: ସହରରେ ଝାଡ଼ାବାନ୍ତି ବ୍ୟାପିବା ପରେ ଏହାକୁ ରୋକିବାକୁ ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା ୱାଟକୋ ତତ୍ପର ହୋଇ ପଡ଼ିଛି । ରାଉରକେଲାର ୬୦ରୁ ଅଧିକ ସ୍ଥାନରେ ପାଣି ପାଇପ ଲିକେଜର ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି। ଏଥିସହ ଚିହ୍ନିତ ହଟସ୍ପଟ୍ ଅଞ୍ଚଳରେ ଜଳର…

ଗାଡିରେ ତେଲ ପକାଇଲା ବେଳେ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗରରେ ଅଘଟଣ ।  କାମାକ୍ଷାନଗର ଥାନା ଅଧୀନ ସିଆରିମାଳିଆ ଛକ ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଗୋଟିଏ ବାଇକରେ ଆସି ଦୁର୍ବୁତ୍ତ ମାନେ ଏହି ଟଙ୍କା ଲୁଟି ନେଇଥିବା ଜଣାପଡିଛି ।…

ଓଡିଶାରେ ବଲିଉଡ ଷ୍ଟାର ସୁନୀଲ ଶେଟ୍ଟୀ, ପ୍ରଥମଥର ଲିଙ୍ଗରାଜଙ୍କୁ ଦର୍ଶନ ସହ ଡାଲମାର କଲେ ପ୍ରଶଂସା

ଭୁବନେଶ୍ବର: ବାଲିଅନ୍ତାରେ ଚାଲିଥିବା ତିନିଦିନିଆ ଜୟଦେବ ଗୌରବ ସମ୍ମାନରେ ଯୋଗଦେବାକୁ ଓଡିଶାରେ ପହଞ୍ଚିଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀ । ଏହି ସମୟରେ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ‘ଜୟ ଜଗନ୍ନାଥ’ କହି ଓଡିଶାବାସୀଙ୍କୁ ସମ୍ବୋଧନ କରିଥିଲେ । ଏହାପରେ ସେ…

ପ୍ରଚାରରେ ଭିନ୍ନକ୍ଷମଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କଲେ ୫ବର୍ଷ ଜେଲ: ECI

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ବାଚନ ପ୍ରଚାରରେ ଭିନ୍ନକ୍ଷମଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର ନକରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଅପମାନଜନକ ଭାଷା ପ୍ରୟୋଗ କଲେ…

ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ୧୦ହଜାର ଡଲାର ପୁରସ୍କାର ଘୋଷଣା କଲା ଏଫବିଆଇ

ୱାଶିଂଟନ: ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ପୁରସ୍କାର ରାଶି ଘୋଷଣା କଲା ଏଫବିଆଇ । ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ଥିବା ୨୯ ବର୍ଷୀୟ ମାୟୁଶି ଭଗତଙ୍କୁ ଖୋଜିଆଣିଲେ ଦିଆଯିବ ପୁରସ୍କାର ରାଶି । ମାୟୁଶିଙ୍କୁ ଖୋଜି ଖୋଜି ନିରାଶ ହୋଇଗଲାଣି ଏଫବିଆଇ । ବର୍ତ୍ତମାନ ତାଙ୍କ…

ମୁଖ୍ୟମନ୍ତ୍ରୀ ଡାହାଣି ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି: ବିଜେପି

ଭୁବନେଶ୍ୱର: ସାଧାରଣ ଲୋକକଥା ଅଛି ‘ବ୍ରହ୍ମା ବିଳିବିଳି ହେଲେ ବେଦ’ କିନ୍ତୁ ବିଜୁ ଜନତା ଦଳର ମୁଖିଆ ନବୀନ ବାବୁ ଯାହା ବିଳିବିଳି ହୋଇ କୁହନ୍ତି ତାହା ସିଦ୍ଧ ବୋଲି ବିଜେଡି ବିଶ୍ୱାସ କରେ । ବାସ୍ତବତା ହେଉଛି କୌଣସିଥିରେ ବି ସିଦ୍ଧାନ୍ତରେ ପହଁଚିପାରନ୍ତି ନାହିଁ । ଏଥିପାଇଁ ସାରା ଦେଶରେ…

ବେଲପାହାଡ ରେଞ୍ଜ ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡା: ଲଖନପୁର ବ୍ଲକ ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ ଦେଖାଦେଇଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହି କଲରାପତରିଆ ବାଘର ଫୋଟୋ କଏଦ ହୋଇଛି । ଗତ ୧୪ ତାରିଖ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାର ଫୁଟେଜରୁ ବାଘ ଥିବା ସ୍ପଷ୍ଟ ହୋଇଛି ।…

୩୦ ବର୍ଷର କଠିନ ପରିଶ୍ରମ: ଭାରତରେ ନିର୍ମିତ ମ୍ୟାଲେରିଆ ଭ୍ୟାକସିନକୁ ତାଲିକାଭୁକ୍ତ କଲା ​WHO

ନୂଆଦିଲ୍ଲୀ: ମ୍ୟାଲେରିଆ ଏକ ରୋଗ ଯାହା ପ୍ରାୟ ପ୍ରତ୍ୟେକ ବିକାଶଶୀଳ ଦେଶରେ ବିପଦ ସୃଷ୍ଟି କରିଥାଏ । ସମ୍ପ୍ରତି ବୈଜ୍ଞାନିକମାନେ ମ୍ୟାଲେରିଆ ପାଇଁ ଏକ ନୂତନ ଟୀକା ତିଆରି କରିଛନ୍ତି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଦ୍ୱାରା ଅନୁମୋଦିତ ହୋଇଛି ଏବଂ ଏହାକୁ ଟୀକା ତାଲିକାରେ…

 ବିଜେଡିର କାଉଣ୍ଟର: ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡିଶାର ଶିଳ୍ପ ବିକାଶରେ ଅସହିଷ୍ଣୁ ହୋଇପଡିଛି ବିଜେପି ।  ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି । ଓଡିଶାକୁ ଦେଶ ବିଦେଶରେ ବଦନାମ ପାଇଁ ଷଡଯନ୍ତ୍ର କରୁଛି ଏହି ଦଳ । ଏମିତି କହି ବିଜେପି ଉପରେ ଜୋରଦାର ବର୍ଷିଛି ବିଜେଡି । ଏଥିସହିତ ଦଳ ତାର ଶାସନ…