Latest Odisha News

BREAKING NEWS

ରାଜ୍ୟରେ ଦିନକ ପାଇଁ ବନ୍ଦ ରହିବ ଔଷଧ ଦୋକାନ

ଭୁବନେଶ୍ୱର: ଇ-ଫାର୍ମାସିର ଅନିୟନ୍ତ୍ରିତ ବୃଦ୍ଧି ଏବଂ ଅଧିକ ରିହାତି ବିରୁଦ୍ଧରେ ଅଖିଳ ଭାରତ ରସାୟନ ବିଶେଷଜ୍ଞ ଏବଂ ଔଷଧ ବ୍ୟବସାୟୀ ସଂଗଠନ (AIOCD) ଦ୍ୱାରା ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ଉତ୍କଳ କେମିଷ୍ଟ ଏବଂ ଔଷଧ ବ୍ୟବସାୟୀ ସଂଘ ମେ ୨୦ ତାରିଖରେ ବନ୍ଦ ରହିବ ବୋଲି ସ୍ଥିର…

ଚାଲିଛି କି ଜ୍ୟୋତିଷ ରିକି ରାଧାନଙ୍କ ଖରାପ ସମୟ; ୨୪ ଘଣ୍ଟା ମଧ୍ୟରେ ନିଯୁକ୍ତି ବାତିଲ କଲେ ବିଜୟ ସରକାର

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ନିଯୁକ୍ତିର ୨୪ ଘଣ୍ଟା ମଧ୍ୟରେ ଜ୍ୟୋତିଷ ପଣ୍ଡିତ ରିକି ରାଧାନ ଭେଟ୍ରିଭେଲଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବିଜୟ ପଣ୍ଡିତ ରିକି ରାଧାନ ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର…

Super El Niño: ପୁଣି ଫେରିବ କି ମହାବିନାଶ? ୧୪୦ ବର୍ଷ ପୂର୍ବେ ଜାଳି ଦେଇଥିଲା କୋଟି କୋଟି ଜୀବନ…

ନୂଆଦିଲ୍ଲୀ: ୧୪୦ ବର୍ଷ ପୂର୍ବେ, ଜାଳି ଦେଇଥିଲା ବିଶ୍ବର ୪% ଜନସଂଖ୍ୟା ୧୮୭୭ର ସେ ଭୟଙ୍କର ଇତିହାସ ପୁଣି ଲେଉଟାଇପାରେ କଡ? ମୁକାବିଲା ପାଇଁ କେତେ ପ୍ରସ୍ତୁତ ଆଜିର ଦୁନିଆ? ଭାରତ ସମେତ ଜଳୁଛି ପୂରା ବିଶ୍ବ । ବଢୁଥିବା ତାପମାତ୍ରା ଯୋଗୁଁ ବିଶ୍ୱ ଏବେ ଭୟଙ୍କର ଗରମପ୍ରବାହ ଅନୁଭବ…

OTET 2026: ଜୁନ୍ ୨୧ରେ OTET;ଏହି ତାରିଖରୁ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ:ଜୁନ୍ ୨୧ ତାରିଖରେ ହେବ ଓଟିଇଟି ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା । ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨ୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ ।…

ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ, ବାଜି ମାରିଲେ ଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଯାହା ସହିତ ସାମଗ୍ରିକ ପାସ୍ ହାର ଗତ ବର୍ଷର ୮୮.୩୯ ପ୍ରତିଶତ ତୁଳନାରେ ୮୫.୨୦ ପ୍ରତିଶତକୁ ହ୍ରାସ ପାଇଛି। ବୁଧବାର ପ୍ରକାଶିତ ରେଜଲ୍ଟ ଅନୁଯାୟୀ ଭୁବନେଶ୍ୱର ଅଞ୍ଚଳରେ ପାସ୍…

ପଛରୁ ଧକ୍କା ଦେଲା ଆମ ବସ୍; ଜଣେ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକ ନିକଟରେ ଏକ ଆମ ବସ୍ ବୁଧବାର ଦିନ ଏକ ବାଇକକୁ ଧକ୍କା ଦେବାରୁ ଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍ ଟି ୯ ନମ୍ବର ରୁଟ୍ ରେ ଯାତ୍ରା କରୁଥିଲା, ଯାହା ପଟିଆକୁ ଭୁବନେଶ୍ୱର ରେଳ ଷ୍ଟେସନକୁ ସଂଯୋଗ କରେ। ଯୁବକ ଜଣକ ସକାଳ ୧୦.୩୦ ସମୟରେ…

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି 

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ବୁଧବାର ଦିନ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମାର୍ଚ୍ଚ ମାସ ପୂର୍ବରୁ ଜ୍ୱର ଏବଂ ସଂକ୍ରମଣ ପାଇଁ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ…

ପାକିସ୍ତାନରେ ହାହାକାର

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାରା ବିଶ୍ୱ ଅଶାନ୍ତ। କିନ୍ତୁ ଏହି ଯୁଦ୍ଧର ସବୁଠାରୁ ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି ପାକିସ୍ତାନରେ। ଆକାଶଛୁଆଁ ମହଙ୍ଗା ମାଡ଼ରେ ପାକିସ୍ତାନବାସୀ ହନ୍ତସନ୍ତ ହେଉଥିବା ବେଳେ, ଏବେ ନିଜ ଦେଶର ସରକାରଙ୍କୁ କାଠଗଡ଼ାକୁ…

ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍, କହିଲେ ସରକାରୀ ବସ୍‌ରେ ଯିବି…

ଭୁବନେଶ୍ବର: ଆଉ ପେଟ୍ରୋଲ୍ କି ଡିଜେଲ୍ ନୁହେଁ, ଅଧିକରୁ ଅଧିକ ବ୍ୟବହାର କରନ୍ତୁ ଇଭି । ଏନେଇ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ନିକଟରେ ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ସୂଚନାନୁଯାୟୀ, ମଧ୍ୟପ୍ରାଚ୍ୟ ଯୁଦ୍ଧ…

Apple Phone for free: ଏଠି iPhone 17 ସମ୍ପୂର୍ଣ୍ଣ ମାଗଣା!

ନୂଆଦିଲ୍ଲୀ: ବଜାରରେ iPhone 17ର ମୂଲ୍ୟ ୮୦,୦୦୦ରୁ ଲକ୍ଷେ ଟଙ୍କା କିନ୍ତୁ, ଏବେ ପାଇପାରିବେ ପୂରା ମାଗଣା! ଟଙ୍କାଟେ ବି ଖର୍ଚ୍ଚ ହେବନି! Apple ଫୋନର ଫିଚର ଏବଂ ଚାହିଦା ଏତେ ଯେ, ଏବେ ପରିବା ଦୋକାନୀ ଠାରୁ ଆରମ୍ଭ କରି ବଡ ବଡ ଟେକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଏହା…