Latest Odisha News

BREAKING NEWS

ନୀଳାଦ୍ରି ବିଜେ, ନବ ଦିନାତ୍ମକ ଯାତ୍ରା ସାରି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କଲେ ଶ୍ରୀବିଗ୍ରହ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଆଜି ନୀଳାଦ୍ରି ବିଜେରେ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିଛନ୍ତି । ମଦନ ମୋହନଙ୍କ ପରେ ଶ୍ରୀ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର ଓ ପରେ ଭଉଣୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା ।…

ଜାତୀୟ ସିକଲ ସେଲ୍ ଏନିମିଆ ବିଲୋପ ମିଶନ ୨୦୨୭ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଧ୍ୟପ୍ରଦେଶର ଶାହଦୋଲ ଜିଲ୍ଲା ଅନ୍ତର୍ଗତ ଲାଲପୁର ଗ୍ରାମରେ ଜାତୀୟ ସିକଲ ସେଲ ଏନିମିଆ ବିଲୋପ ମିଶନ ୨୦୨୭ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ…

କିଟ୍‍ ଟିବିଆଇକୁ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର

ଭୁବନେଶ୍ୱର: କିଟ୍‍ ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର୍‍ (କିଟ୍‍-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍‍କ୍ୟୁବେଟର ମଧ୍ୟରେ କିଟ୍‍ ଟିବିଆଇ ପ୍ରଥମ ସ୍ଥାନରେ ରହି ଏହି ସମ୍ମାନଜନକ…

ପୁରୀ ରଥଯାତ୍ରାରେ ୧୦ ଲକ୍ଷ ୫୦ ହଜାରରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରାରେ ବଡ ଦାଣ୍ଡ ଉପରେ ୧୧ ଦିନ ଧରି ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଯୋଗାଇ ଦିଆ ଯାଇଥିଲା । ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ…

ଶେଷ ପର୍ଯ୍ୟାୟରେ ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନ ସେତୁର ନିର୍ମାଣ କାର୍ଯ୍ୟ

ଭୁବନେଶ୍ବର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ । ଏଣିକି ସ୍ଥଳପଥ ଦେଇ…

ଜୁନରେ ଓଡ଼ିଶାର ଜିଏସଟି ଆଦାୟରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଗତବର୍ଷ ଜୁନ୍ ମାସ ତୁଳନାରେ ୨୦୨୩ ଜୁନ୍ ମାସରେ ଓଡ଼ିଶାର ଜିଏସଟି ଆଦାୟ ବଢ଼ିଛି । ଗତବର୍ଷ ଜୁନ୍ ତୁଳନାରେ ଜିଏସିଟ ସଂଗ୍ରହ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୨୩ ଜୁନ୍ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ବାବଦକୁ ୧୭୩୨.୪୯ କୋଟି ସଂଗ୍ରହ କରିଛି । ଯେତେବେଳେ କି…

ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ, ୪୧୭ ପାକିସ୍ତାନୀ ଭାରତରେ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ। ଏଥିରେ ସାଧାରଣ ଲୋକଙ୍କ ସମେତ ମତ୍ସ୍ୟଜୀବୀ ସାମିଲ ଅଛନ୍ତି। ଏହି ସମ୍ପର୍କିତ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ, ଭାରତର ଉଚ୍ଚାୟୁକ୍ତଙ୍କୁ ଏହି ତାଲିକା ଦେଇଛି ପାକିସ୍ତାନ। ପାକିସ୍ତାନ ଶନିବାର…

ରାହୁଲଙ୍କୁ ଶର୍ମିଳାଙ୍କ ହାତ ଧରିବାକୁ ଦେବେନି !

ଭୁବନେଶ୍ୱର: ତେଲେଙ୍ଗାନାରେ ଛିଡିପାରୁନି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟରେ ଅଙ୍କ। ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳା କଂଗ୍ରେସରେ ମିଶିବା ନେଇ ଉଦ୍ୟମ କରିବା ସହ ଏ ନେଇ କଂଗ୍ରେସ ପକ୍ଷରୁ ଗ୍ରୀନ ସିଗନାଲ ମିଳିଥିଲେ ମଧ୍ୟ ନିଷ୍ପତ୍ତି ହୋଇପାରୁ ନାହିଁ।…

ପୁଣି ଥରେ ଡାଉନ୍ ହେଲା ଟ୍ୱିଟର୍, ଅନ୍ୟ ସୋସିଆଲ୍ ମିଡିଆରେ ମସ୍କଙ୍କ ମଜ୍ଜାକ କଲେ ୟୁଜର

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଖୋଲୁନି । ଭାରତୀୟ ସମୟ ରାତି ପ୍ରାୟ ୮ଟାରୁ ଅଧିକାଂଶ ଡେସ୍କଟପରେ ଟ୍ୱିଟର ଚାଲୁ ନାହିଁ । ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ୱିଟର ଖୋଲୁଥିବା ବେଳେ ଡେସ୍କଟପରେ ଖୋଲୁ ନାହିଁ । ଯାହାକୁ ନେଇ ଅନ୍ୟ ସୋସିଆଲ୍ ମିଡିଆରେ ଲୋକେ ଟ୍ୱିଟର ଡାଉନକୁ ପୋଷ୍ଟ…

ନିଜ ଭିତରେ ଲଢେଇ ପାଇଁ…କର୍ଣ୍ଣାଟକରେ ସରକାର ଗଲା, ଏବେ କେନ୍ଦ୍ରରେ ହରେଇଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ଭିତରେ ଲଢେଇ ଥମିବାର ନାଁ ଧରୁନି। ଗୋଟିଏ ପଟେ ପରାଜୟକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦାଲଦି, ଖୋଲାଖୋଲି ଲୋକଙ୍କ ସମ୍ମୁଖରେ ପରସ୍ପର ବିରୋଧରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବା ଓ ସାମ୍ବାଦିକ ସମ୍ମିଳନୀରେ ନିଜ ଦଳର ନେତାଙ୍କୁ କୁତ୍ସାରଟନା…