Latest Odisha News

BREAKING NEWS

ପୁଣି ଥରେ ଡାଉନ୍ ହେଲା ଟ୍ୱିଟର୍, ଅନ୍ୟ ସୋସିଆଲ୍ ମିଡିଆରେ ମସ୍କଙ୍କ ମଜ୍ଜାକ କଲେ ୟୁଜର

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଖୋଲୁନି । ଭାରତୀୟ ସମୟ ରାତି ପ୍ରାୟ ୮ଟାରୁ ଅଧିକାଂଶ ଡେସ୍କଟପରେ ଟ୍ୱିଟର ଚାଲୁ ନାହିଁ । ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ୱିଟର ଖୋଲୁଥିବା ବେଳେ ଡେସ୍କଟପରେ ଖୋଲୁ ନାହିଁ । ଯାହାକୁ ନେଇ ଅନ୍ୟ ସୋସିଆଲ୍ ମିଡିଆରେ ଲୋକେ ଟ୍ୱିଟର ଡାଉନକୁ ପୋଷ୍ଟ କରିବାରେ ଲାଗିଛନ୍ତି ।

ଟ୍ୱିଟର ଡାଉନ୍ ହେବା ସହ ଲୋକେ ଏଲନ୍ ମସ୍କଙ୍କୁ ଥଟ୍ଟା କରିବା ଆରମ୍ଭ କରି ଦେଇଛନ୍ତି । ଅନେକ ନେଟିଜେନ୍ ମଜାଳିଆ ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି । ଏବେ ଟ୍ୱିଟର ଡାଉନ୍ ହ୍ୟାସଟ୍ୟାଗ୍ ଟ୍ରେଡିଂରେ ୨ ନମ୍ବର ସ୍ଥାନରେ ରହିଛି ।

ଜଣେ ୟୁଜର ମଜାଳିଆ ପୋଷ୍ଟ କରି ଲେଖିଛନ୍ତି, ମୋ ଆକାଉଣ୍ଟ ନିଲମ୍ବନ ହୋଇନି ବରଂ ଟ୍ୱିଟର ଡାଉନ୍ ଥିବା ଜାଣି ଛାତିରେ ହାତ ଦେବା ଫଟୋ ପୋଷ୍ଟ କରିଛନ୍ତି । ସେହିଭଳି ଆଉ ଜଣେ ୟୁଜର , ମଜାଳିଆ ଫଟୋ ପୋଷ୍ଟ କରି ଲେଖିଛନ୍ତି ବିଲେଇ ସର୍ଭର ସଜାଡ଼ିବାରେ ଲାଗିଛି, ଠିକ୍ ହୋଇଯିବ । ଏଭଳି ଭାବେ ଭିନ୍ନ ଭିନ୍ନ ପୋଷ୍ଟ ଟ୍ୱିଟରକୁ ନେଇ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.