Latest Odisha News

ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ପରୀକ୍ଷଣ

ଭୁବନେଶ୍ବର: ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି- IV କ୍ଷେପଣାସ୍ତ୍ର…

ମୋଦି ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ‘ମହିଳା ସମାବଶ’ ଆୟୋଜନ

ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ଗଠନରେ ମହିଳାଙ୍କ ଭୁମିକାକୁ ମୋଦି ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ବୋଲି କଟକଠାରେ ଅନୁଷ୍ଠିତ ‘ମହିଳା ସମାବେଶ’ରେ ଯୋଗ ଦେଇ ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମା ଓ ଭଉଣୀଙ୍କୁ ଶ୍ରୀ ମହାନ୍ତି…

ନବୀନ ଦେଖିବେ ବାରବାଟିରେ ଟି -20 କ୍ରିକେଟ, କିଣିଲେ ଟିକେଟ

ଭୁବନେଶ୍ବର: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 12 ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ  ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଟିକେଟ କିଣିଥିବା ଟୁଇଟ କରିଛନ୍ତି ନବୀନ । ଏହାସହ ଏହିମ୍ୟାଚ ଦେଖିବାକୁ…

ଆତଙ୍କବାଦୀ ବଲିଉଲ୍ଲାହକୁ ମିଳିଲା ଫାଶୀଦଣ୍ଡ

ବାରଣାସୀ: ଶେଷରେ ଆତଙ୍କବାଦୀ ବଲିଉଲ୍ଲାହକୁ  ମିଳିଲା ଫାଶୀ ଦଣ୍ଡ । ୟୁପିରେ ସିରିଜ ବିସ୍ଫୋରଣ ଘଟାଇଥିବା ଅପରାଧରେ ଆତଙ୍କବାଦୀ ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଗାଜିଆବାଦ କୋର୍ଟ  ।  ୧୬ବର୍ଷ ଧରି ଚାଲିଥିବା ଏହି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି  । ଉତ୍ତରପ୍ରଦେଶର ବାରଣାସୀରେ…

ନବୀନ କରିବେ ସଂଗଠନରେ ଅଦଳବଦଳ: ବିବାଦୀୟଙ୍କୁ ମିଳିବ ସଂଗଠନ ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବହୁଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ସରକାରଙ୍କ ମୁଣ୍ଡବିନ୍ଧା ସାଜିଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନୂଆ ମନ୍ତୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ଼ କଥା ହେଉଛି…

5 T ରେ ଯୋଡି ହେଲା ନୂଆ T ଟୁର୍

ଭୁବନେଶ୍ବର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ସମସ୍ତ ମନ୍ତ୍ରୀଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । 2024 ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମନ୍ତ୍ରୀମାନେ ମୋ ସରକାର ଅଧିନରେ ଏବେ 6ଟି…

ନୂପୁର ଶର୍ମାଙ୍କ ମନ୍ତବ୍ୟ ନୂଆଦିଲ୍ଲୀ ମତାମତର ପ୍ରତିଫଳନ ନୁହେଁ :  ଭାରତ

ନୂଆଦିଲ୍ଲୀ: ଟିଭିରେ ଜ୍ଞାନବାପି  ପ୍ରସଙ୍ଗରେ  ଡିବେଟ୍ ଚାଲିଥିବା ବେଳେ  ମହାପୁରଷ ମହମ୍ମଦଙ୍କ ବିଷୟରେ କିଛି ବିବାଦୀୟ ମନ୍ତ୍ରବ୍ୟ ଦେଇଥିଲେ ବିଜେପି ନେତ୍ରୀ ନୂପୁର ଶର୍ମା । ଏହାକୁ ନେଇ ବିବାଦ ଉଠିବା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବନ କରିଛି ।  ନୂପୁର ଶର୍ମାଙ୍କ ମନ୍ତବ୍ୟ ବିଜେପିର…

ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୨୨ ଆହତ, ୯ ଗୁରୁତର

ଗଜପତି : ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗଜପତି ଜିଲ୍ଲା ମୋହନା ଥାନା ଚରିଆବାଡ଼ରେ ଥିବା ଏକ ସରକାରୀ ଜମିକୁ ନେଇ ଉଭୟ ବିଜିପୁର ଓ ବାହାଡ଼ାପଦା ଗ୍ରାମବସୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଉଭୟ…

ଇଣ୍ଡିଆ ଟିମକୁ ଘାଇଲା କରିବେ କି ରାବଡା ?

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତ –ଦକ୍ଷିଣ ଆଫ୍ରିକା ମଧ୍ୟରେ ମଇଦାନରେ ହେବ ଲଢ଼େଇ ।  ଦିଲ୍ଲୀର ଅୁରଣ ଜେଟଲି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ  ପୁଣି ଚାଲିକ କ୍ରିକେଟ ଟକ୍କର ।  କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଟି -20 ଦଳ ଦକ୍ଷିଣ ଆଫ୍ରିକା ସହ  ଖେଳିବ ପ୍ରଥମ ମ୍ୟାଚ ।  ପାଞ୍ଚ…

ଉତ୍ତରକାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୫ ମୃତ

ଡେରାଡୁନ: ଚାରିଧାମ ଯାତ୍ରାରେ ବାହାରିଥିବା ଏକ ତୀର୍ଥଯାତ୍ରୀ ବସ  ଯମୁନେତ୍ରି  ଯାଉଥିବା ବେଳେ ବସ୍ ଗଭୀର ଖାତକୁ ଖସିପଡ଼ିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ମଧ୍ୟପ୍ରଦେଶର  ୨୫ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା କୁହାଯାଉଛି ।  ଏହି ଦୁର୍ଘଟଣା ଯମୁନେତ୍ରୀ ହାଇଓ୍ବେର ଡାମଟା…