Latest Odisha News

BREAKING NEWS

ନବୀନ ଦେଖିବେ ବାରବାଟିରେ ଟି -20 କ୍ରିକେଟ, କିଣିଲେ ଟିକେଟ

ଭୁବନେଶ୍ବର: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 12 ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ  ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଟିକେଟ କିଣିଥିବା ଟୁଇଟ କରିଛନ୍ତି ନବୀନ ।

ଏହାସହ ଏହିମ୍ୟାଚ ଦେଖିବାକୁ ସେ କ୍ରିକେଟ ପ୍ରଶଂସକଙ୍କୁ ମଧ୍ୟ କହିଛନ୍ତି ।  ବାରବାଟି ଷ୍ଟାଡିୟମରେ ସାରା ବିଶ୍ୱରୁ ପ୍ରଶଂସକମାନେ ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇବେ ବୋଲି ମଧ୍ୟ ଆଶା କରୁଥିବା କହିଛନ୍ତି ନବୀନ ।  କଟକରେ ତୁମ ସମସ୍ତଙ୍କୁ ଦେଖିବା ପାଇଁ ଆଗ୍ରହୀ ଥିବା କହିଛନ୍ତି ନବୀନ ।

ଆସନ୍ତା 9ରେ ଦିଲ୍ଲୀରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବାବେଳ 12 ତାରିଖରେ ବାରବାଟିରେ ସଂଧ୍ୟା 7ଟାରେ ମ୍ୟାଚ ଖେଳାଯିବ । ଦିଲ୍ଲୀ ମ୍ୟାଚ ପାଇଁ ଏବେ ଦୁଇଦଳ ଷ୍ଟାଡିୟମରେ ଝାଳ ବୁହାଉଛନ୍ତି । ତେବେ ବାରବାଟିରେ ଏଥର ରୋହିତ ଶର୍ମା, ବିରାଟ କୋହଲିଙ୍କୁ ପ୍ରଶଂସକମାନେ ଦେଖିବାକୁ ପାଇବେ ନାହିଁ । ଏହି ସିରିଜରେ ବିଶ୍ରାମ ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି ।

Leave A Reply

Your email address will not be published.