Latest Odisha News

BREAKING NEWS

ସ୍ନାନମଣ୍ଡପରେ ବିଜେ ହେଲେ ମହାପ୍ରଭୁ

ପୁରୀ : ରତ୍ନ ବେଦି ଛାଡି ସ୍ନାନ ବେଦୀରେ ମହାପ୍ରଭୁ । ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଅତି ସୁନ୍ଦର ଭାବେ ଲୀଳା କରି ସ୍ନାନବେଦିକୁ ଆସିଛନ୍ତି ଚତୁର୍ଧାମୂରତି । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତମାନେ ସାମିଲ ହୋଇଛନ୍ତି । ମହାପ୍ରଭୁ ଆଜି 108 ଗରା ଜଳରେ ସ୍ନାନ କରିବେ…

ପୁଣି କାଲି ରାହୁଲଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ 10 ଘଣ୍ଟା ଧରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିଛି ଇଡି। ରାହୁଲଙ୍କୁ ସକାଳେ ପ୍ରଥମ ରାଉଣ୍ଡରେ, ଇଡି ତିନି ଘଣ୍ଟା ପାଇଁ ପ୍ରଶ୍ନ ପଚାରିଥିଲା । ​​| ଏହା ପରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ରାହୁଲ ସୋନିଆ ଗାନ୍ଧୀଙ୍କୁ ଭେଟିବା…

ରାହୁଲ ଗାନ୍ଧୀଙ୍କୁ ଇଡିର ଡାକରା ରାଜନୈତିକ ଆକ୍ରୋଶର କାରଣ : କଂଗ୍ରେସ

ଭୁବନେଶ୍ୱର : ପ୍ରବର୍ତନ ନିର୍ଦ୍ଦେଶାଳୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ନେସନାଲ ହେରାଲର୍ଡ ଖବରକାଗଜକୁ ନେଇ ଯେଉଁ ମନିଲେଣ୍ଡରିଂର କେସ କରାଯାଇଛି ତାହା ସଂପୂର୍ଣ୍ଣଭାବେ ଅମୁଳକ ଏବଂ ଏଥିରେ ତିଳେମାତ୍ର ସତ୍ୟତା ନଥାଇ ଏହି ଘଟଣାକୁ ଭାରତୀୟ ଜନତାପାର୍ଟି…

 “ଷ୍ଟାର୍ଟଅପ୍‌ସ ଫର ରେଲୱେଜ” ଆରମ୍ଭ

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ନବସୃଜନ (ଇନୋଭେସନ) କ୍ଷେତ୍ରରେ ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କର ସହଯୋଗ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରେଳ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି…

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବେ ନବୀନ କିମ୍ବା ଜଗନ!

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନଡିଏର ପ୍ରାର୍ଥୀ ରିଇସିନା ହିଲରେ ବସିବେ ନା ୟୁପିଏର ପ୍ରାର୍ଥୀ ତାକୁ ନେଇ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ…

ପୁରୁଷଙ୍କ ପାଇଁ ସିଗାରେଟ ଟାଣିବା ଆଣିପାରେ ଭୟଙ୍କର ବିପଦ!

ଭୁବନେଶ୍ବର: ଆପଣ ସିଗାରେଟ ଟାଣୁଛନ୍ତି କି? ଯଦି ହଁ ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ । ଏହା ଆମେ କହୁନୁ ବୈଜ୍ଞାନିକମାନେ ଗବେଷଣାରୁ ଏଭଳି ତଥ୍ୟ ଜାଣିବାକୁ ପାଇଛନ୍ତି  । ପରୀକ୍ଷାରୁ ଜଣାପଡିଛି ଯେ ଯେଉଁ…

କାହିଁକି ଇଡିରେ ହାଜର ହେବେ ରାହୁଲ ଗାନ୍ଧି?

କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧି ଆଜି ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ଏଥିପାଇଁ ଇଡି କାର୍ଯ୍ୟାଳୟ ବାହାରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଜୁନ୍ 13 ରେ ଇଡି ରାହୁଲ…

ପାସ୍ ବ୍ୟବସ୍ଥା ଫେଲ୍, ଚାରିଆଡୁ ଅସନ୍ତୋଷ

ଭୁବନେଶ୍ବର: ବାରବାଟୀ ମ୍ୟାଚର ଫଳାଫଳରେ ପ୍ରଶଂସକ ନିରାଶ ହୋଇଛନ୍ତି ସତ । ତେବେ ଖେଳରେ ତ ହାର ଜିତ ରହିଛି । ଆଜି ନହେଲେ କାଲି ପୁଣି ଜିତିବ ଟିମ ଇଣ୍ଡିଆ । କିନ୍ତୁ ଏଠି ଅନ୍ୟ ଏକ କାରଣକୁ ନେଇ ସବୁଠି ଚର୍ଚା ହେଉଛି । ତାହା ହେଉଛି ମ୍ୟାଚ ଦେଖିବା ପାଇଁ ପାସ ବ୍ୟବସ୍ଥା । ଏଠାରେ…

ବାରବାଟି ଲଢ଼େଇ : ଜିତିବୁ କହିଲେ ଭୁବନେଶ୍ବର

ଭୁବନେଶ୍ବର:  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି  ସଂଧ୍ୟା 7ଟାରେ ବାରବାଟିରେ ଖେଳାଯିବ । ଏଥିପାଇଁ ବାରବାଟିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସାରା ରାଜ୍ୟରୁ କ୍ରିକେଟ ପ୍ରଶଂସକମାନେ ଏକତ୍ରିତ ହୋଇଛନ୍ତି ।…

ଏନକାଉଣ୍ଟରରେ ୩ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଟାର୍ଗେଟ କିଂଲିର ମୁହଁତୋଡା ଜବାବ ଦେଉଛି ସେନା ।  ପୁଲ୍‌ୱାମା ଜିଲ୍ଲାରେ ଟାର୍ଗେଟ କିଂଲିର ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ଯାଇ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ…