Latest Odisha News

BREAKING NEWS

ଅନଲାଇନ ଅଟୋ ବୁକ୍, ଚାଳକଙ୍କୁ ଅତର୍କିତ ଆକ୍ରମଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢିବାରେ ଲାଗିଛି ଚୋରି, ଡକାୟତି, ହତ୍ୟା, ନିଶା କାରବାର ଭଳି ହିଂସାତ୍ମକ ଗତିବିଧି। ପୋଲିସର ସମସ୍ତ ବ୍ୟବସ୍ଥାକୁ ଅପରାଧୀମାନେ ଏହାକୁ ଖାତିର କରୁ ନାହାନ୍ତି। ଭରତପୁର ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଜଣେ ଅଟୋ ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଆହତ ଅଟୋ ଚାଳକଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ରବିବାର ଅନ୍‌ଲାଇନରେ ଅଟୋ ବୁକିଂ କରିଥିଲେ। ବୁକ୍‌ ପରେ ଅଟୋ ଚାଳକ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଥିଲେ। ତେବେ ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଚାଳକଙ୍କୁ ବାରମ୍ବାର ଛୁରାମାଡ଼ କରିଥିଲା। ଫଳରେ ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣାକୁ ବିରୋଧ କରି ଅଟୋ ଚାଳକମାନେ ଅଭିଯୁକ୍ତକୁ ଗିରଫ ଦାବିରେ କଳିଙ୍ଗ ଷ୍ଟୁଡିଓ ଛକରେ ଧାରଣା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Comments are closed.