Latest Odisha News

BREAKING NEWS

କରୋନା ମହାମାରୀର କ୍ଷତି କେବେ ଭରଣ ହେବ?

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥନୀତିକୁ ଏକ ଶକ୍ତ ଧକ୍କା ଦେଇଛି । ଏହାରି ଭିତରେ ଦୁଇ ବର୍ଷ ବିତିଗଲାଣି । କରୋନାର ପ୍ରକୋପ ପୂର୍ବଭଳି ମଣିଷ କିମ୍ବା ବ୍ୟବସାୟ ଉପରେ ସେପରି ନାହିଁ । ଏପରି ସ୍ଥିତିରେ ଆହୁରି କେତେ ଦିନ ପରେ ଦେଶର ଅର୍ଥନୀତି ଟ୍ରାକକୁ ଫେରିବ ସେ ନେଇ ଆରବିଆଇ ଜବାବ ରଖିଛି। କୋଭିଡ ଜନିତ କ୍ଷତିକୁ ଦୂର କରିବା ପାଇଁ ଭାରତୀୟ ଅର୍ଥନୀତିକୁ ୧୨ ବର୍ଷରୁ ଅଧିକ ସମୟ ଲାଗିପାରେ ବୋଲି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି।

ଆରବିଆଇ ୨୦୨୧-୨୨ ବର୍ଷ ପାଇଁ ମୁଦ୍ରା ଏବଂ ଅର୍ଥ ସଂକ୍ରାନ୍ତ ରିପୋର୍ଟରେ କହିଛି, କୋଭିଡ୍ ମହାମାରୀରୁ ୧୨ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ପୁନରୁଦ୍ଧାର ହେବ । ଡିଜିଟାଲାଇଜେସନ୍ ଏବଂ ଇ-କମର୍ସ, ଷ୍ଟାର୍ଟଅପ୍, ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ପାଇଁ ସୁଯୋଗ ବଢ଼ୁଛି । ଏପରି ସ୍ଥିତି ଜାରି ରହିଲେ ଦେଶର ଅର୍ଥନୀତି ଧୀରେ ଧୀରେ ଟ୍ରାକକୁ ଫେରିପାରିବ।

ଆରବିଆଇ ତା’ର ରିପୋର୍ଟରେ କହିଛି ଯେ ଏହି ତିନି ବର୍ଷରେ ଉତ୍ପାଦନ କ୍ଷତି ଯଥାକ୍ରମେ ୧୯.୧ ଲକ୍ଷ କୋଟି, ୧୭.୧ ଲକ୍ଷ କୋଟି ଏବଂ ୧୬.୪ ଲକ୍ଷ କୋଟି ରହିଛି। ଆରବିଆଇ ୨୦୨୧-୨୨ ପାଇଁ ମୁଦ୍ରା ଏବଂ ଅର୍ଥ ଶୀର୍ଷକ ଏକ ରିପୋର୍ଟ ଜାରି କରି ଏହା କହିଛି ।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ମହାମାରୀ ଏଯାଏ ଶେଷ ହୋଇନାହିଁ। ଚୀନ, ଦକ୍ଷିଣ କୋରିଆ ଓ ୟୁରୋପର ବିଭିନ୍ନ ସ୍ଥାନରେ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ତଥାପି, ବିଭିନ୍ନ ଅର୍ଥବ୍ୟବସ୍ଥା କେତେକ କ୍ଷେତ୍ରରେ ନୋ-କୋଭିଡ ନୀତିରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Leave A Reply

Your email address will not be published.