Latest Odisha News

BREAKING NEWS

‘ଟାଇମ’ କଭର ପେଜ୍ ରେ ବାଙ୍ଗଲାଦେଶ ପିଏମ ଶେଖ ହସିନା

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ପତ୍ରିକା ଟାଇମର କଭର୍ ପେଜରେ ସ୍ଥାନ ପାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ଟାଇମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ତାଙ୍କ ସରକାରକୁ ହଟାଇବା କଷ୍ଟକର। କେବଳ ମୋର ହତ୍ୟା କରିବା ପରେ ହିଁ ମୋତେ ଗାଦିରୁ ହଟାଇ ପାରେବା ଏକମାତ୍ର ଉପାୟ। ମୁଁ ମୋର ଲୋକମାନଙ୍କ ପାଇଁ ମରିବାକୁ ପ୍ରସ୍ତୁତ ଅଛି।’

ନ୍ୟୁୟର୍କର ସାପ୍ତାହିକ ପତ୍ରିକା ଟାଇମ୍ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦ ସଂସ୍କରଣର କଭର ପେଜରେ ସ୍ଥାନ ପାଇଛନ୍ତି ଶେଖ ହସିନା। ନଭେମ୍ବର ୧୦ ରେ ଏହି ସଂସ୍କରଣ ବିକ୍ରି ପାଇଁ ଉପଲବ୍ଧ ହେବ। ୭୬ ବର୍ଷ ବୟସରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ରାଜନୈତିକ ଦୃଷ୍ଟିକୋଣର ପ୍ରତିନିଧିତ୍ୱ କରନ୍ତି, ଯିଏ ୧୭ କୋଟି ଲୋକ ବାସ କରୁଥିବା ଏହି ଦେଶକୁ ଗ୍ରାମାଞ୍ଚଳର ଝୋଟ ଉତ୍ପାଦନରୁ ଏସିଆ-ପ୍ରଶାନ୍ତ ମହାସାଗରରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିଥିବା ଟାଇମର ଚାର୍ଲି କ୍ୟାମ୍ପବେଲ କଭର ଷ୍ଟୋରୀରେ ଉଲ୍ଲେଖ ରହିଛି।

ପୂର୍ବରୁ ପ୍ରଥମେ ୧୯୯୬ ରୁ ୨୦୦୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ୨୦୦୯ ମସିହାରୁ ପୁଣିଥରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିବାରେ ସେ ହଉଛନ୍ତି ପ୍ରଥମ ମହିଳା। ମାରଗରେଟ୍ ଥେଚର ଓ ଇନ୍ଦିରା ଗାନ୍ଧୀଙ୍କ ଅପେକ୍ଷା ଅଧିକ ଥର ଜିତିଥିବା ହସିନା ଜାନୁଆରୀରେ ଏହି ପଦରେ ରହିବାକୁ ପ୍ରତିଶ୍ରୁତିବଦ୍ଧ।

Leave A Reply

Your email address will not be published.