ନୂଆଦିଲ୍ଲୀ: ଆସନ୍ତା ୨୭ତାରିଖ ରବିବାର ଖୋଲା ରହିବ ବ୍ୟାଙ୍କ୍ । ସୋମବାରଠାରୁ ୩ ଦିନ ଅର୍ଥାତ୍ ସେପଟେମ୍ବର ୨୮ରୁ ୩୦ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେଉଛି । ଏହାଦ୍ୱାରା ଗ୍ରାହକ ଖୁବ୍ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ରବିବାର ମଧ୍ୟ ଖୋଲାରହିବ ବ୍ୟାଙ୍କ ବୋଲି ନିଷ୍ପତି ହୋଇଛି । ରବିବାର ଦିନ ଦେଶର ସମସ୍ତ ରଷ୍ଟ୍ରାୟତ ଓ ଆଂଚଳିକ ଗ୍ରାମ୍ୟବ୍ୟାଙ୍କ ଗୁଡିକ ଖୋଲା ରହିବ । ଆଗକୁ ୩ଦିନିଆ ବ୍ୟାଙ୍କ ଧର୍ମଘଟ ହେବାକୁ ଥିବାରୁ ରବିବାର ବ୍ୟାଙ୍କ ଖୋଲା ରହିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତିି ହୋଇଛି । ସପ୍ତାହକୁ ୨ ଦିନ ଛୁଟି ଦାବିରେ ବ୍ୟାଙ୍କ ଗୁଡିକ ଆନ୍ଦୋଳନ ଡାକରା ଦେଇଛନ୍ତି । ମନ୍ତ୍ରାଳୟ ପକ୍ଷରୁ ଧର୍ମଘଟ ନକରିବାକୁ କୁହାଯାଇଛି । ଟୠଈଟ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ସପ୍ତାହକୁ ୫ଦିନ କାମ ୨ଦିନ ଛୁଟି ଦାବିରେ ଅଟଳ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ । ସେପ୍ଟେମ୍ବର ୧୧ରେ ସଂଗଠନ ଦ୍ୱାରା ହୋଇଥିବା ଦିନିକିଆ ସର୍ବଭାରତୀୟ ଧର୍ମଘଟରେ ଏହି ସୂଚନା ଦିଆଯାଇଥିଲା । ସେପଟେମ୍ବର ୨୬ ଓ ୨୭ ଶନିବାର ଓ ରବିବାର ପଡୁଥିବାରୁ ୨୮ରୁ ୩ଦିନ ଧର୍ମଘଟ ଡାକରା ଦିଆଯାଇଛି । କିନ୍ତୁ ଗ୍ରାହକଙ୍କ ଅସୁବିଧାକୁ ନଜରରେ ରଖି ମନ୍ତ୍ରାଳୟ ଧର୍ମଘଟ ଅବ୍ୟବହିତ ପୂର୍ବରୁ ରବିବାର ମଧ୍ୟ ବ୍ୟାଙ୍କ ଖୋଲିବ ବୋଲି ନିଷ୍ପତି ନେଇଛି । ବ୍ୟାଙ୍କ ସେବା ବ୍ୟାଘାତ ନହେବାକୁ ଏପରି ନିଷ୍ପତି ହୋଇଛି ।
BREAKING NEWS
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା
- ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା

Comments are closed.