Latest Odisha News

ବାରିପଦାରେ ହେବ କ୍ୟାନସର ହସ୍ପିଟାଲ : ଜାନୁଆରୀ ମାସ ସୁଦ୍ଧା କାମ ଆରମ୍ଭ ଲକ୍ଷ୍ୟ

ବାରିପଦା: ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ  ।  ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ  । ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି । ଗତକାଲି ପ୍ରଥମ ଦିନରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ପହଞ୍ଚି ପିଆରଏମ. ମେଡିକାଲ କଲେଜର ଡିନ୍, ସୁପରିଟେଣ୍ଡଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହ ମେଡିକାଲ କଲେଜ ପରିସରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତା ବର୍ଷ ଜାନୁନାରୀ  ମାସ ସୁଦ୍ଧା ଏହାର କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି  । ତେଣୁ ଡିସେମ୍ବର ମାସରୁ ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ରୋଗୀଙ୍କ ରେଜେଷ୍ଟ୍ରିଲେଟ୍ କାମ ଆରମ୍ଭ ହେବ  । ଆସନ୍ତା ଜୁଲାଇ ୨୦୨୪ ସୁଦ୍ଧା ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଓଡିଶା ସରକାର ୪୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିସାରିଥିବା ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.