Latest Odisha News

୪୦୦ ୱିକେଟ କ୍ଲବରେ ଓଡିଶା ପେସର ବସନ୍ତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଟିମର ସିନିୟର ପେସ ବୋଲର ବସନ୍ତ ମହାନ୍ତି ଆଜି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ହିମାଚଳପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ସେ ୩ଟି ୱିକେଟ କରିଥିଲେ । ଏଥିସହ ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୦୦ ୱିକେଟ ହାସଲ କରିଛନ୍ତି । ୩୬ ବର୍ଷୀୟ ବସନ୍ତ ୨୦୦୭ରେ ବେଙ୍ଗଲ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୧୦୩ଟି ମ୍ୟାଚ ଖେଳି ୨୦.୯୭ ଆଭରେଜରେ ଏହି ୱିକେଟ ହାସଲ କରିଛନ୍ତି । ତାଙ୍କ କ୍ୟାରିୟରରେ ସେ ୨୩ଥର ୫ ୱିକେଟ ଓ ୩ ଥର ୧୦ ୱିକେଟ ନେଇଛନ୍ତି ।

ରଣଜୀ ଟ୍ରଫି ଇତିହାସରେ ସର୍ବାଧିକ ୱିକେଟ ହାସଲରେ ସେ ୧୩ତମ ସ୍ଥାନ ହାସଲ କରିଛନ୍ତି । ବସନ୍ତ ୩୧ ଲିଷ୍ଟ ଏ ମ୍ୟାଚ ଓ ୨୧ଟି ଟି୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । ଏହି ୨ଟିରେ ସେ ଓଭରାଲ ୬୩ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.