ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ବିସିସିଆଇ କେତେକ ନୂତନ ନିୟମ ଲାଗୁ କରିଛି । ମାର୍ଚ୍ଚ ୨୨ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ । ଆସନ୍ତୁ ନଜର ପକାଇବା ବିସିସିଆଇର ନୂତନ ନିୟମ ଉପରେ.. । ଅଭ୍ୟାସ ପାଇଁ ୨ଟି ନେଟ ଓ ରେଂଜ ହିିଟିଂ ପାଇଁ ଏକ ସ୍କ୍ୱାୟର ୱିକେଟ ମିଳିବ । ମୁମ୍ବାଇ ଭେନ୍ୟୁ ପାଇଁ ଯଦି ୨ଟି ଟିମ ଏକତ୍ର ଅଭ୍ୟାସ କରିବେ ତେବେ ୨ଟି ଲେଖାଏଁ ୱିକେଟ ମିଳିବ । ଓପନ ନେଟ ପାଇଁ କାହାକୁ ଅନୁମତି ମିିଳିବ ନାହିଁ । ଯଦି କୌଣସି ଟିମ ଶୀଘ୍ର ଅଭ୍ୟାସ ଶେଷ କରେ ତେବେ ଅନ୍ୟ ଟିମକୁ ଏହି ୱିକେଟରେ ପ୍ରାକ୍ଟିଶ କରିବା ପାଇଁ ଅନୁମତି ମିିଳିବନି ।
ମ୍ୟାଚ ଦିନ କାହାକୁ ଅଭ୍ୟାସ କରିବା ପାଇଁ ଅନୁମତି ମିଳିବ ନାହିଁ । ସେ ଦିନ ଫିଟନେସ ଟେଷ୍ଟ ହେବନି । ଅଭ୍ୟାସ ଦିନ ମାନ୍ୟତାପ୍ରାପ୍ତ କର୍ମଚାରୀଙ୍କୁ ଡ୍ରେସିଂ ରୁମ ଓ ପଡିଆକୁ ଯିବା ପାଇଁ ଅନୁମତି ମିିଳିବ । ଖେଳାଳିଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁ ଅନ୍ୟ ବାହନରେ ଯାତ୍ରା କରିବେ । ମ୍ୟାଚ ଦିନ ଅଭ୍ୟାcସ, ଫିଟନେଶ ପରୀକ୍ଷଣ ସମ୍ବନ୍ଧୀୟ କୌଣସି ପ୍ରକାରର ଅନୁରୋଧ ପାଇଁ ଭେନ୍ୟୁ ମ୍ୟାନେଜରଙ୍କ ସହ ଯୋଗାଯୋଗ କରାଯାଇ ପାରିବ । ଏହା ବ୍ୟତୀତ ଅନ୍ୟ କେତେଗୁଡିଏ କଟକଣା ମଧ୍ୟ ଲାଗୁ କରାଯାଇଛି ।
Comments are closed.