Latest Odisha News

BREAKING NEWS

[ଭିଡିଓ] ଡାକ୍ତରଖାନା ଭିତରେ ଭାଲୁ ଆତଙ୍କ

ମାଲକାନଗିରି : ଡାକ୍ତରଖାନା ଭିତରେ ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ମାଥେଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଭାଲୁ ପଶିଥିବା ଦେଖିବାକୁ ମିଳିଛି । ରାତି ୯ ଟା ପାଖାପାଖି ସମୟ ହେବ ଦୁଇଟି ଭାଲୁ ୩୨୬ ନମ୍ବର ଜାତୀୟ ରାଜପଥ ଡେଇଁ ଡାକ୍ତରଖାନା ଭିତରେ ପ୍ରବେଶ କରୁଥିବା ବେଳେ , ବେଶେ କିଛି ସମୟ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଡାକ୍ତରଖାନା ପରିସରରେ ଭାଲୁ ପଶୁଥିବାର ଦେଖି କକୁରମାନେ ଭୁକିଥିଲେ ।

କୁକୁର ଦୀର୍ଘ ସମୟ ଧରି ଭୁକିବା ପରେ ରୋଗୀଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନା ଭିତରୁ ବାହାରି ଥିଲେ ଓ ପରେ ଭାଲୁ ଦୁଇଟିକୁ ସେଠାରୁ ତଡିବା ସହ ଭାଲୁର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ ।ଏହି ଘଟଣା ନେଇ ମାଥେଲି ବନ ବିଭାଗ କୌଣସି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି ।ଫଳରେ ରୋରୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.