Latest Odisha News

BREAKING NEWS

ଅକ୍ଷରଙ୍କୁ ୫ ଉଇକେଟ, ଭାରତ ୬୩ ରନରେ ଅଗ୍ରଣୀ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ ଇନିଂସରେ ଭାରତ ୧ ଉଇକେଟ ବିନିମୟରେ ୧୪ ରନ କରି ଓଭରାଲ ୬୩ ରନର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ଭାରତର ପ୍ରଥମ ଇନିଂସ ୩୪୫ ରନ ଜବାବରେ ନ୍ୟୁଜିଲାଣ୍ଡ ୨୯୬ ରନ କରିବାକୁ ସକ୍ଷମ ହୋଇଥିଲା ।

ପଟେଲ ୫ଟି ଏବଂ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ଉଇକେଟ ଅକ୍ତିଆର କରି ଭ୍ରମଣକାରୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଉମେଶ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ଟମ ଲାଥାମ ୯୫ ରନ କରି ଶତକ ହାସଲ କରୁ ବଂଚିତ ହୋଇଥିଲେ । ଏକଦା ୩ ଉଇକେଟ ବିନିମୟରେ ୨୧୪ ରନ କରିଥିବା କିୱି ଦଳ ଶେଷ ୭ଟି ଉଇକେଟ ମାତ୍ର ୮୨ ରନରେ ହରାଇଥିଲା ।

Leave A Reply

Your email address will not be published.