Latest Odisha News

BREAKING NEWS

ବୈଜୁ ବାୱାରାରେ ତାନସେନ ହେବେ ଅଜୟ !

ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀଙ୍କ ବୈଜୁ ବାୱାରା ଫିଲ୍ମରେ ଅଜୟ ଦେବଗାନ ତାନସେନଙ୍କ ଭୂମିକା କରିବାକୁ ଯାଉଛନ୍ତି । ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ୧୯୫୨ରେ ବିଜୟ ଭଟ୍ଟ ଦ୍ୱାରା ନିର୍ମିତ ଏହି କ୍ଲାସିକ ମୁଭିର ରିମେକରେ ରଣବୀର ସିଂ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଅଜୟ ଯଦି ଏହି ଫିଲ୍ମ ପାଇଁ ରାଜି ହୋଇ ଯାଆନ୍ତି ତାହାହେଲେ ଏହା ବକ୍ସ ଅଫିସରେ ଧୂମ ମଚେଇବ ବୋଲି ଆଶା କରାଯାଉଛି ।

ଆଲିୟା ଭଟ୍ଟ ମୂଖ୍ୟ ଅଭିନେତ୍ରୀ ଭୂମିକା ତୁଲାଇବେ । ସଞ୍ଜୟ ତାଙ୍କା ଡ୍ରିମ ପ୍ରୋଜେକ୍ଟ ବୈଜୁ ବାୱାରାର ଶୁଟିଂ ଆରମ୍ଭ କରିବା ପାଇଁ ବହୁଦିନ ଧରି ଅପେକ୍ଷା କରିଛନ୍ତି । ଯେତେଦୂର ସମ୍ଭବ ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହୋଇପାରେ ।

Leave A Reply

Your email address will not be published.