Latest Odisha News

BREAKING NEWS

ଆଜି ରିଲିଜ ହେବ ଓଡ଼ିଆ କ୍ରାଇମ ଥ୍ରୀଲର ମୁଭି ‘ଚରିତ୍ର’ର ଟ୍ରେଲର

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସିସିର କୁମାର ସାହୁ ଏବଂ ପିନାକୀ ସିଂ ରାଜପୁତ ସେମାନଙ୍କର ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଚରିତ୍ର’କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି କ୍ରାଇମ ଥ୍ରୀଲରର ଟ୍ରେଲର ମଙ୍ଗଳବାର ରିଲିଜ ହେବ।

ଏହି ଚଳଚ୍ଚିତ୍ରରେ ପାର୍ଥ ସାରଥୀ ରୟ, ଅନନ୍ୟା ମିଶ୍ର, ଗାର୍ଗୀ ମହାନ୍ତି, ହର ରଥ ଏବଂ ଦିପାନ୍ବିତ୍‌ ଦାସମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ପାର୍ଥ ସାରଥୀ ରୟ ସବ୍-କଲେକ୍ଟର ଅଭିଷେକ ପଟ୍ଟନାୟକଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଯିଏ ତାଙ୍କ ସୁନ୍ଦର ପତ୍ନୀ ମଧୁଙ୍କ ସହ ସୁଖମୟ ଜୀବନଯାପନ କରୁଛନ୍ତି, ଏବଂ ତା’ପରେ ସେମାନଙ୍କ ଜୀବନରେ ଏକ ମୋଡ଼ ଆସିଛି, ଯାହାକୁ ନେଇ ଏହି କାହାଣୀଟି ଗତିଶୀଳ।

Leave A Reply

Your email address will not be published.