Latest Odisha News

BREAKING NEWS

ଅଦରକାରୀ କାଗଜରେ କାଳିଆ ଠାକୁରଙ୍କ ସୁନ୍ଦର କଳାକୃତି

ପୁରୀ: ଅଦରକାରୀ କାଗଜରେ କଳାକୃତି । ମୂର୍ତ୍ତି ନିର୍ମାଣ ବି ହେଉଛି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି କଳାକୃତି ନିର୍ମାଣ କରିଛନ୍ତି ପୁରୀର ଯୁବ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ । ଅଦରକାରୀ କାଗଜରେ ସେ ନିର୍ମାଣ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନ୍ଦର ମୂର୍ତ୍ତି । ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ କରିଛନ୍ତି ।

ପୁରୀ ଦତ୍ତତୋଟା ଜଗନ୍ନାଥ ଲେନର ଯୁବଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଏହି ମୂର୍ତ୍ତି ଗଢିବାରେ ୨ ଦିସ୍ତା ଅଦରକାରୀ ଖବରକାଗଜ ବ୍ୟବହାର କରିଛନ୍ତି । ଏଥିପାଇଁ ୪ଘଣ୍ଟା ସମୟ ଲାଗିଛି । ରଙ୍ଗ, ମଇଦା, ଜରି, ଅଠା ଇତ୍ୟାଦିରେ ନିର୍ମାଣ କରିଛନ୍ତି ସୁନ୍ଦର ଓ ମନଲୋଭା ମୂର୍ତ୍ତି । ଏହାର ଉଚ୍ଚତା ପ୍ରାୟ ୨୦ ଇଞ୍ଚ ଏବେ ଓସାର ୯ଇଞ୍ଚ ।

Leave A Reply

Your email address will not be published.