Latest Odisha News

BREAKING NEWS

ଖରାଦିନେ ଖାଆନ୍ତୁ ଛତୁଆ, ମିଳିବ ଅନେକ ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଆମ ରାଜ୍ୟର ଗାଁ ଗହଳି ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ରହିଛି ଛତୁଆର ଚାହିଦା l ଏହି ଖାଦ୍ୟଟି ପ୍ରାୟ ଘରେ ଘରେ ପରିଚିତ ଓ ସମସ୍ତଙ୍କର ପ୍ରିୟ l ବିଶେଷ କରି ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ହିତକାରୀ l ଏହାକୁ ଗ୍ରୀଷ୍ମ ଋତୁରେ ବିଶେଷକରି ସକାଳର ଜଳଖିଆରେ ବ୍ୟବହାର କରାଯାଇଥାଏ l ବିଶେଷଜ୍ଞ ମାନଙ୍କ ମତରେ ଏଥିରେ ଥିବା ପୋଷଣତତ୍ୱ ଶରୀର ପାଇଁ ନିହାତି ଆବଶ୍ୟକ l ଛତୁଆ ରେ ଅନେକ ପ୍ରକାର ପୋଷଣତତ୍ୱ ରହିଥାଏ, ଯେପରିକି ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ ଓ ଆଇରନ ଇତ୍ୟାଦି l ନିକଟରେ ଏକ ଗବେଷଣାରୁ ଜଣା ପଡିଛି ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏବଂ ଓଜନ କମାଇବାରେ ସାହାଯ୍ୟ କରିଥାଏ ଛତୁଆ l

ଗ୍ରୀଷ୍ମ ଋତୁରେ ବୁଟ ଛତୁଆ ପିଇବା ଦ୍ୱାରା ଶରୀରର ଡିହାଇଡ୍ରେସନ ସମସ୍ୟା ଦୁରେଇ ଯାଇଥାଏ l ଗରମ ଦିନରେ ଛତୁଆ ପିଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ l ଗରମ ଦିନରେ ବୁଟ ଛତୁଆ ପିଇବା ଦ୍ୱାରା ପାଚନ ତନ୍ତ୍ର ଠିକ ରହିଥାଏ ଏବଂ ଶରୀର କୁ ଏନର୍ଜି ମିଳିଥାଏ l ଛତୁଆ ଫାଇବର ଓ ପ୍ରୋଟିନର ଭଣ୍ଡାର ଅଟେ , ଏହା ପେଟର ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଅଟେ l ଲିଭର କୁ ମଧ୍ୟ ସୁସ୍ଥ ରଖିଥାଏ l ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଗ୍ରୀଷ୍ମ ଋତୁରେ ଛତୁଆ ଖାଇବା ଠାରୁ ଅନ୍ୟ କିଛି ଭଲ ଉପାୟ ନାହିଁ l ଏହା ଶରୀରକୁ ଶକ୍ତି ଦେଇଥାଏ ,ତା ଛଡା ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ଧରି ଭରି ହୋଇ ରହିଥାଏ l

ଗରମ ଦିନରେ ଅନେକ ଲୋକଙ୍କୁ ବାନ୍ତି ସମସ୍ୟା ହୋଇଥାଏ । ଛତୁଆକୁ ନିୟମିତ ଭାବେ ପିଇଲେ ସେଥିରୁ ଉପଶମ ମିଳେ । ମଧୁମେହ ଓ ରକ୍ତଚାପକୁ ଏହା ନିୟନ୍ତ୍ରଣ କରିଥାଏ। ଛତୁଆରେ ଲେମ୍ବୁ, ଲୁଣ ଓ ଜିରା ପକାଇ ପିଇଲେ ରକ୍ତଚାପ ବୃଦ୍ଧି ହୁଏନାହିଁ । ଏହାସହ ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ ମଜଭୁତ ରଖେ। ଛତୁଆରେ ଥିବା ପୋଷାଣତତ୍ୱ ସମ୍ପୂର୍ଣ ଭାରତୀୟ ପାଣିପାଗ ପାଇଁ ଉପଯୁକ୍ତ ଅଟେ l ଏଥିରେ ଥିବା ବିଭିନ୍ନ ଲାଭ ଆମ ଶରୀର ପାଇଁ ନିହାତି ଆବଶ୍ୟକ l ତେଣୁ ପ୍ରତେକଦିନ ଗ୍ରୀଷ୍ମ ଋତୁରେ ଛତୁଆ ଖାଇବା ଦ୍ୱାରା ଡିହାଇଡ୍ରେସନରୁ ରକ୍ଷା ମିଳିଥାଏ l

Leave A Reply

Your email address will not be published.