Latest Odisha News

କର୍ଣ୍ଣାଟକ ସରକାରଙ୍କୁ କରାଯାଉଛି ବ୍ଲାକମେଲ: ଉପମୁଖ୍ୟମନ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ତେଜୁଛି ଅଳିଆ ବିବାଦ। ବେଙ୍ଗାଲୁରୁରେ ଅଳିଆକୁ ନେଇ ରାଜନୀତି ଉଷ୍ମ ହେଉଛି। ରାଜ୍ୟ ସରକାରଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଯାଉଛି। ଖାଲି ସେତିକି ନୁହେଁ ବିଧାୟକମାନେ ସରକାରଙ୍କୁ ବ୍ଲାକମେଲ କରୁଥିବା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦାବି କରିଛନ୍ତି। ବିଧାନସଭା ପରିଷଦରେ ଏପରି ଲୋକଙ୍କୁ ବ୍ଲାକମେଲର ବୋଲି କହି ସେ ଦାବି କରିଥିଲେ ଯେ ଏହି ବିଧାୟକମାନେ ବିକାଶ ପାଣ୍ଠିରେ ୮୦୦ କୋଟି ଟଙ୍କା ଦାବି କରୁଛନ୍ତି। ସେ ଅଭିଯୋଗ କରିଥିଲେ ଯେ ଏକ ବଡ଼ ମାଫିଆ ସହରର କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନିୟନ୍ତ୍ରଣ କରୁଛି।

ବିଭିନ୍ନ ରାଜନୈତିକ ଦଳର ବିଧାୟକ ଅଳିଆ ସଙ୍କଟକୁ ନେଇ ରାଜ୍ୟ ସରକାରଙ୍କୁ ବ୍ଲାକମେଲ କରୁଛନ୍ତି। କାହାର ନାଁ ନ ନେଇ ଅଭିଯୋଗ ଆଣିଛନ୍ତି ଉପମୁଖ୍ୟମନ୍ତ୍ରୀ। ରାଜଧାନୀ ବେଙ୍ଗାଲୁରୁରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇ ରହିଛି । ଅଳିଆ ସଫାରେ ନିୟୋଜିତ ଗାଡି ଫସି ରହିଛି। ତେଣୁ ଅଳିଆ ସଫା ହୋଇପାରୁନାହିଁ।

ଏମ ନାଗାରାଜୁଙ୍କ ଏହି ବୟାନର ଜବାବ ଦେଇ ଉପମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି କି, ଅଳିଆ ପରିଚାଳନାକୁ ନିୟନ୍ତ୍ରଣ କରିବାକୁ ଏକ ମାଫିଆ ଅଛି। ଠିକା ସଂସ୍ଥା ୮୫ପ୍ରତିଶତ ବୃଦ୍ଧି କରିବାକୁ କହିଛି। ଆମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଟକାଇବାକୁ ସେମାନେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ବିଧାୟକ ଆମକୁ ବ୍ଲାକମେଲ କରୁଛନ୍ତି। ବେଙ୍ଗାଲୁରୁ ବିଧାୟକ ସରକାରଙ୍କୁ ବ୍ଲାକମେଲ କରୁଛନ୍ତି କାରଣ ସେ ଚାହୁଁଛନ୍ତି ସେମାନଙ୍କ ବିକାଶ ନିଧି ୮୦୦କୋଟି ଟଙ୍କା କରାଯାଉ।

Comments are closed.