ଭୁବନେଶ୍ବର: ଆପଣଙ୍କୁ PF ଆକାଉଣ୍ଟରୁ ଆଂଶିକ ଟଙ୍କା ଉଠାଣର ସୁବିଧା ମିଳିଥାଏ । ଆପଣ କିଛି କିଛି କାମ ପାଇଁ ଜମା ହୋଇଥିବା ଅର୍ଥରୁ ଟଙ୍କା ଉଠାଇ ପାରିବେ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ ଋଣ ରାଶି ପରିଶୋଧ କରିବାକୁ ଅଛି, ତେବେ ଆପଣ ଏଥିପାଇଁ PF ରୁ ଟଙ୍କା ମଧ୍ୟ ଉଠାଇପାରିବେ । କିନ୍ତୁ ଏନେଇ ଅନେକ ପ୍ରକାରର ନିୟମ ମଧ୍ୟ କରାଯାଇଛି।
କେଉଁ କାରଣରୁ ଆପଣ କେତେଥର ଟଙ୍କା ଉଠେଇ ପାରିବେ ତାହା ପାଇଁ ମଧ୍ୟ ନିୟମ ରହିଛି । ଯଦି ଆପଣ ମଧ୍ୟ ପିଏଫ୍ ରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସର୍ତ୍ତ ବିଷୟରେ ମଧ୍ୟ ଜାଣିବା ଉଚିତ୍ । ଯଦି ଆପଣଙ୍କ ବାହାଘର ଅଛି ଏବଂ ଏକରୁ ଅଧିକ ଥର ଟଙ୍କା ଉଠାଇବାର ଆବଶ୍ୟକତା ପଡୁଛି, ତେବେ ଏପରି ଟଙ୍କା ଉଠେଇ ପାରିବେ କି ନାହିଁ ଆସନ୍ତୁ ଏହା ବିଷୟରେ ଜାଣିବା ..
ପିଏଫ୍ ଗ୍ରାହକମାନେ ମଧ୍ୟ ଏକ ଅବଧି ପରେ ଆଂଶିକ ଟଙ୍କା ଉଠେଇପାରିବାର ଯୋଗ୍ୟ ହୋଇଯାଆନ୍ତି । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ EPFO ରାଶିରୁ ଏକ ଘର ନିର୍ମାଣ କରିବାକୁ ଅଛି, ଋଣ ପରିଶୋଧ କରିବାକୁ ଅଛି କିମ୍ବା ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ କିମ୍ବା ପରିବାର ସଦସ୍ୟଙ୍କ ବାହାଘର ପାଇଁ ଆଂଶିକ ଟଙ୍କା ଉଠାଣର ଅନୁମତି ଦିଆଯାଇଛି । ଏହା ବ୍ୟତୀତ, ଆପଣ ଅନ୍ୟ କାରଣ ପାଇଁ ମଧ୍ୟ ଟଙ୍କା ଉଠେଇପାରିବେ ।
ସୂଚନାମୁତାବକ, ଅନେକ କାରଣ ପାଇଁ EPFO ଆପଣଙ୍କୁ ଆଂଶିକ ଟଙ୍କା ଉଠେଇବାର ସୁବିଧା ଦେଇଥାଏ, କିନ୍ତୁ ଏଥିରେ ଅନେକ ସର୍ତ୍ତ ଅଛି । ବିଭିନ୍ନ କାରଣରୁ ଆପଣଙ୍କୁ କେବଳ ଥରେ ଟଙ୍କା ଉଠେଇବାକୁ ଅନୁମତି ଦିଆଯାଇଥାଏ । କିନ୍ତୁ କେତେକ କ୍ଷେତ୍ରରେ ଆପଣଙ୍କୁ ଏକାଧିକ ଥର ଟଙ୍କା ଉଠେଇବାର ସୁବିଧା ଦିଆଯାଇଥାଏ । ଯଦି ଆପଣଙ୍କ ଅବା ଭାଇ,ଭଉଣୀ କିମ୍ବା ପୁଅ କିମ୍ବା ଝିଅର ବାହାଘର ପାଇଁ PFରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ତିନିଥର ଆଂଶିକ ଟଙ୍କା ଉଠେଇ ପାରିବେ । ଧ୍ୟାନ ରଖନ୍ତୁ ପିଏଫ ଆକାଉଣ୍ଟ ଖୋଲିବାର ସାତ ବର୍ଷ ହୋଇଥିଲେ ଏହି ସୁବିଧା ମିଳିପାରିବ ।
Comments are closed.