Latest Odisha News

BREAKING NEWS

ପୁରୀ ମେ ଫେୟାର ହୋଟେଲ୍ ରୁମରୁ ଅଣଓଡ଼ିଆ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ମେ ଫେୟାର ହୋଟେଲର ଏକ ରୁମରୁ ଜଣେ ଅଣଓଡ଼ିଆ ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲର ୧୧୧୧ ନମ୍ବର ରୁମରେ ମହିଳା ଜଣଙ୍କ ରହୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି ।

ଆଜି ମେଫେୟାର ହୋଟେଲରେ ପିଡବ୍ଲୁଜେ ନାମକ ଏକ ଏନଜିଓର ୱାଟର ରିସୋର୍ସେସ ବୈଠକ ହେବାକୁ ଥିବାବେଳେ ମହିଳା ଜଣଙ୍କ ଯୋଗ ଦେଇଥାନ୍ତେ । ମୃତ ମହିଳା ଜଣଙ୍କ ବେଙ୍ଗଳୁରୁର ଐଶ୍ୱର୍ଯ୍ୟା ସାହାନାବାଗ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତକାଲି ରାତିରେ ସେ ସ୍ୱାମୀଙ୍କ ସହ ଫୋନରେ କଥା ହେବା ବେଳେ ଝଗଡ଼ ହୋଇଥିଲା । ଆଜି ସକାଳେ ସ୍ୱାମୀ ତାଙ୍କୁ ବାରମ୍ବାର କଲ୍ କରିଥିଲେ । ମାତ୍ର ରିଂ ହୋଇ କଟି ଯାଉଥିଲା ।

ଏନେଇ ମହିଳାଙ୍କ ସ୍ୱାମୀ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଡୁପ୍ଲିକେଟ୍ ଚାବିରେ ରୁମ୍ ଖୋଲିଥିଲେ ହୋଟେଲ କର୍ତ୍ତୃପକ୍ଷ । ମହିଳା ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ସମୁ୍ଦ୍ର କୂଳ ଥାନା ପୋଲିସ ମୃତଦେହ ଜବତ କରିଥିବା ବେଳେ ପରିବାର ଲୋକ ଆସିଲେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.