Latest Odisha News

BREAKING NEWS

ସାବଧାନ: ନକଲି ଡକ୍ୟୁମେଂଟ ଦେଇ ସିମ କାର୍ଡ କିଣିଲେ ଭୋଗିବେ ଜେଲଦଣ୍ଡ

ନୂଆଦିଲ୍ଲୀ: ନକଲି ପ୍ରମାଣପତ୍ର ଦେଇ ଯେଉଁମାନେ ସିମକାର୍ଡ କିଣୁଛନ୍ତି ସେମାନଙ୍କ ଉପରେ ବଜ୍ର ପଡିବାକୁ ଯାଉଛି । ଯେଉଁମାନେ ଏ ଭଳି କରୁଛନ୍ତି ସେମାନଙ୍କୁ ୧ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି । ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ଏହାର ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏହା ଦ୍ୱାରା ବେଆଇନ କାର୍ଯ୍ୟକଳାପ ବନ୍ଦ କରାଯାଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ନକଲି ପ୍ରମାଣପତ୍ର ଯୋଗୁ ସାଇବର ଠକେଇ ମାମଲା ମଧ୍ୟ ବୃଦ୍ଧି ପାଉଛି ।

ଟେଲିକମ ବିଲର ଧାରା୪ର ଉପ ଧାରା ୭ ଅନୁସାରେ ଉପଭୋକ୍ତା ସେମାନଙ୍କ ପରିଚୟ ପ୍ରଦାନ କରିବା ବାଧ୍ୟତାମୂଳକ । ଉପଯୁକ୍ତ ପ୍ରମାଣ ରହିଲେ ଅପରାଧୀଙ୍କୁ ଧରିବା ପୋଲିସ ପକ୍ଷେ ସହଜ ହେବ ବୋଲି ଟେଲିକମ ବିଭାଗ ପକ୍ଷରୁ କୁହାଯାଇଛି । କେଉଁ ବ୍ୟକ୍ତି କଲ କରୁଛି ତାହା ୟୁଜର୍ସ ଜାଣିବା ଉଚିତ । ଏହା ଦ୍ୱାରା ଠକେଇ ମାମଲା କମିିଯିବ ।

Leave A Reply

Your email address will not be published.