Latest Odisha News

BREAKING NEWS

ପଞ୍ଜାବରେ ଆଜିଠୁ ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗଓ୍ୱନ୍ତ ମାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଞ୍ଜାବରେ ଆଜିଠୁ ଆମ୍ ଆଦମୀ ପାର୍ଟି ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ଭଗୱନ୍ତ ମାନ୍ । ସହିତ ଭଗତ ସିଂହଙ୍କ ଜନ୍ମମାଟି ଖଟକର କଲାନରେ ଶପଥ ନେବେ । ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗୱନ୍ତ ମାନ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ।

ଦିନ ସାଢ଼େ ୧୨ଟାରେ ଶପଥ ନେବେ ଭଗୱନ୍ତ ମାନ । ଏଥିପାଇଁ ଖଟକର କଲାନରେ ସମସ୍ତ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ କ୍ୟାବିନେଟର ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ । ଶପଥ ଗ୍ରହଣ ସମାରୋହରେ ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିଓ୍ୱାଲ ଓ ବହୁ ନେତା ସାମିଲ ହେବେ ।

ଶପଥଗ୍ରହଣ ସମାରୋହରେ ଯୋଗଦେବା ପାଇଁ ରାଜ୍ୟବାସୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଭଗୱନ୍ତ ମାନ୍ । କହିଛନ୍ତି, ଆଜି ସେ କେବଳ ଶପଥ ନେବେ ନାହିଁ ରାଜ୍ୟବାସୀ ସମସ୍ତେ ସୁନ୍ଦର ପଞ୍ଜାବ ଗଠନ କରିବା ପାଇଁ ଶପଥ ଗ୍ରହଣ କରିବେ । ପୁରୁଷମାନେ ହଳଦୀ ରଙ୍ଗର ପଗଡ଼ି ଓ ମହିଳାମାନେ ହଳଦୀ ରଙ୍ଗର ଦୁପଟ୍ଟା ପିନ୍ଧି ଆସିବାକୁ ଅନୁରୋଧ କରିଛନ୍ତି ମାନ୍ ।

Comments are closed, but trackbacks and pingbacks are open.