Latest Odisha News

BREAKING NEWS

କୋରାପୁଟରେ ପୁଲିସକୁ ମାଡ଼ ! ଅଳ୍ପକେ ବର୍ତ୍ତିଲେ ନନ୍ଦପୁର ଥାନା ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ତହସିଲ ହାଟଶୁକୁରେ ପୁଲିସ ଉପରେ ରବିବାରଦିନ  ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।

ଚିନାମାଟି ଖଣି ଅଂଚଳକୁ ପୁଲିସ  ଗସ୍ତ କରିଥିବାବେଳେ ଲୋକେ ତାହାର ପ୍ରବଳ ବିରୋଧ କରିଥିଲେ । କିଛି ଲୋକ ନନ୍ଦପୁର ଥାନା ଇନସପେକ୍ଟରଙ୍କୁ ଧକ୍କାମାରି ଗାତକୁ ଠେଲି ଦେଇଥିଲେ । ପୁଲିସକୁ ଆକ୍ରମଣ ଅଭିଯୋଗରେ ୨ ଜଣକୁ ଅଟକ ରଖି ଜେରା କରୁଛି ନନ୍ଦପୁର ପୁଲିସ ।

ପୁଲିସ ଉପରେ  ଆକ୍ରମଣରେ ସଂପୃକ୍ତ  ଲୋକମାନଙ୍କୁ  ଖୁବଶୀଘ୍ର  ଗିରଫ କରାଯିବ କହିଛନ୍ତି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ।

ନନ୍ଦପୁର ଥାନା ଲମତାପୁଟ ତହସିଲ ଅଧିନରେ ଥିବା  ଚିନାମାଟି ଖଣି ଖନନକୁ ନେଇ  ୩ ଖଣ୍ଡ ଗାଁର ଲୋକମାନେ ବିରୋଧ କରି ଆସୁଛନ୍ତି । ଏଥିପାଇଁ ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ଦୀର୍ଘ ଦିନଧରି  ବିରୋଧ କରାଯାଉଛି ।

Leave A Reply

Your email address will not be published.