Latest Odisha News

BREAKING NEWS

ରେଡ୍ ଜୋନରେ ଭୁବନେଶ୍ବର, ପୁରୀ ଓ କଟକ: ମାସ୍କ ନ ପିନ୍ଧିଲେ ଫାଇନ୍ କଟିବ

ଭୁବନେଶ୍ବର: କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ୍ ରେଡ୍ ଜୋନକୁ ଫେରିଛି। ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି।

ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି । ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି। ରାଜଧାନୀ‌ ରେଡ୍ ଜୋନରେ ଆସିବାର ସୂଚନା ପାଇ ଭୁବନେଶ୍ବରରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରିବା ଲାଗି ମେୟର ସୁଲୋଚନା ଦାସ ନିର୍ଦେଶ ଦେଇଛନ୍ତି । ସେ କହିଛନ୍ତି, ରାଜଧାନୀରେ ମାସ୍କ ବାଧ୍ୟତାମୂଳକ ହୋଇଛି, ମାସ୍କ ନ ପିନ୍ଧିଲେ ଫାଇନ୍ କଟାଯିବ। ମାସ୍କ ନ ପିନ୍ଧିଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୨, ୯୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୦, ୯୫୪ ଜଣ ସୁସ୍ଥ ହୋଇଛନ୍ତି।  ଏବେ ବି ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Leave A Reply

Your email address will not be published.