Latest Odisha News

BREAKING NEWS

ଛତିଶଗଡ: ମୁଖ୍ୟମନ୍ତ୍ରୀ ବାଜି ମାରିଲେ ଭୂପେଶ ବାଘେଲ, ସୋମବାର ଶପଥ ନେବେ

ଛତିଶଗଡ : ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିବା ପରେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିରହିଥିବା ସସପେନ୍ସର ଅନ୍ତ ଘଟାଇ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ପଦ ହାତେଇଛନ୍ତି ।

ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସରେ ରହିଥିବା ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ପଛରେ ପକାଇ ଶେଷରେ ଭୂପେଶ ବାଘେଲ ବାଜି ମାରି ନେଇଛନ୍ତି ।

ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ରହିଥିବାବେଳେ ଛତିଶଗଡରେ ଏହି ପଦବୀ ପାଇଁ ଅଧିକ ଦାବିଦାର ରହିଥିବାରୁ ଦଳ ହାଇକମାଣ୍ଡଙ୍କୁ ନିଷ୍ପତ୍ତି ନେବାପାଇଁ ବହୁ ମାନଓ ମନ୍ଥନ କରିବାକୁ ପଡିଥିଲା ।

କଂଗ୍ରେସ ପ୍ରଦେଶ ପ୍ରଭାରୀ ପୀଏଲ ପୁନିଆ, ପର‌୍ୟ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଭୂପେଶଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଔପଚାରିକ ଭାବେ ଘୋଷଣା କରିଛନ୍ତି ।

ଆସନ୍ତା ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ମାନେ ଶପଥ ନେବେ ବୋଲି ସୂଚନା ମିଳିଛି । ଏଥିସହିତ ଆସନ୍ତାକାଲି ପାଖାପାଖି ସାଢେ ୪ଟା ବେଳକୁ ବାଘେଲଙ୍କ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.