Latest Odisha News

BREAKING NEWS

ଭୂଷଣଙ୍କ ମେଗା ବଜେଟ ଫିଲ୍ମ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିବେ ଅଲ୍ଲୁ ଅର୍ଜୁନ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଜବାନ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିପାରି ନ ଥିବା ଅଲ୍ଲୁ ଅର୍ଜୁନଙ୍କୁ ଏବେ ଆଉ ଏକ ମେଗା ବଜେଟର ଫିଲ୍ମ ଅଫର ହୋଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁଷ୍ପା ଷ୍ଟାରଙ୍କ ସହ ଟି ସିରିଜ ମୂଖ୍ୟ ଭୂଷଣ କୁମାର ଏକ ପ୍ୟାନ ଇଣ୍ଡିଆ ଫିଲ୍ମ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଗା ଦେବେ । ଟିସିରିଜ ଫିଲ୍ମସ ପ୍ରଡକ୍ସନ ଓ ଭଦ୍ରକାଳୀ ପିକଚର୍ସ ଦ୍ୱାରା ଏହା ନିର୍ମିତ ହେବ । ଅଲ୍ଲୁ ମଧ୍ୟ ଏଥିନେଇ ରାଜି ହୋଇଥିବା ଜଣାପଡିଛି । ଫିଲ୍ମର ସ୍କ୍ରିପ୍ଟ ସମ୍ପୂର୍ଣ୍ଣ ଭାବେ ପଢ଼ିବା ପରେ ଏହା ଚୂଡାନ୍ତ ରୂପରେଖ ନେବ ।

ଖୁବ ଶୀଘ୍ର ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଅଲ୍ଲୁଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ସେ ଏବେ ପୁଷ୍ପା ୨ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିନେଇ ସେ ଶାହାରୁଖ ଜବାନ ଫିଲ୍ମ ପାଇଁ ସମୟ ଦେଇପାରି ନ ଥିଲେ ।

Leave A Reply

Your email address will not be published.