Latest Odisha News

BREAKING NEWS

ବାଇକରେ ଯାଉଥିଲେ ବାପା-ଦୁଇ ଝିଅ; ପଛପଟୁ ପିଟିଦେଲା ବସ୍, ଚାଲିଗଲା ସାନ ଝିଅର ଜୀବନ

ବଲାଙ୍ଗିର:ଆଧାରକାଡ ଅପଡେଟ ପାଇଁ ବାପାଙ୍କ ସାଙ୍ଗରେ ଯାଉଥିଲେ । ହେଲେ ଆଧାରକାର୍ଡରୁ ସବୁଦିନ ପାଇଁ ଝିଅର ଏମିତି ନାଁ ହଜିଯିବ ବୋଲି କିଏ ଭାବିଥିଲା ? ବାପାଙ୍କ ସହ ବାଇକରେ ଆସୁଥିବାବେଳେ ବାଟରେ ଯେମିତି ଜଗି ବସିଥିଲା ଯମ । ଅଧା ରାସ୍ତାରେ ଚାଲିଗଲା ଝିଅର ଜୀବନ । ଏମିତି ଏକ ଦୁଃଖଦ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ ।
ବାଇକରେ ବାପା- ଦୁଇ ଝିଅ ଯାଉଥିବାବେଳେ ଦୁର୍ଘଟଣାରେ ସାନ ଝିଅର ମୃତ୍ୟୁ ଘଟିଛି । ବଡ ଝିଅ ଏବଂ ବାପା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ଗଇଁତଲା ଛକ ଠାରେ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।

BjdElectrycity

ସୂଚନା ଅନୁଯାୟୀ, ବଲାଙ୍ଗୀର ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ଜଣେ ବ୍ୟକ୍ତି ନିଜ ଦୁଇ ଝିଅ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ବ୍ଲକକୁ ଯାଉଥିଲେ । ଦ୍ରୁତ ଗତିରେ ଆସୁଥିବା ଘରୋଇ ବସ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୪ ବର୍ଷୀୟ ସାନ ଝିଅର ମୃତ୍ୟୁ ହୋଇଥିଲା ।  ଏତେ ଜୋରରେ ଧକ୍କା ଦେଇଥିଲା ଯେ,  ଦୁର୍ଘଟଣା ଘଟାଇ ବସଟି ଗଇଁତଳା ତହସିଲ ପାଖରୁ ଛକ ପର୍ଯ୍ୟନ୍ତ ପ୍ରାୟ  ଅଧ କିମି ଯାଏ ଝିଅକୁ ଘୋଷାଡ଼ି ନେଇଥିଲା । ଦୁର୍ଘଟଣା ପରେ ଗୁରୁତର ବଡ ଝିଅ ଓ ବାପାକୁ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।  ଗଇଁତଲା ଛକ ଠାରେ ଶବ ରଖି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି ।

 

Leave A Reply

Your email address will not be published.