Latest Odisha News

BREAKING NEWS

ମୋହନଗିରିରେ ପୋଲିସ-ମାଓବାଦୀ ଏନକାଉଣ୍ଟର; ୩ ନକ୍ସଲ ମୃତ

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୋହନଗିରି ସାପ୍ତାହିକ ବଜାରରେ ଆଜି ସିବିଲ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ମାଓବାଦୀଙ୍କ ମୃତ୍ୟ ହୋଇଥିବା ଜଣାପଡିଛି  ।

ସୂଚନା ଅନୁଯାୟୀ,  ଆଜି  ସିପିଆଇ ମାଓବାଦୀ ଓଡିଶା କମିଟି ୫ ଜଣ ମାଓବାଦୀ ମୋହନଗିରି ସାପ୍ତାହିକ ହାଟକୁ ବଜର କରିବାକୁ  ଆସିଥିଲେ  । ଏହି ପରିସ୍ଥିତିରେ ପୋଲିସ ସିଭିଲ ଡ୍ରେସରେ ସାପ୍ତାହିକ ହାଟରେ  ବୁଲୁଥିଲେ  । ତେବେ ପୋଲିସକୁ ଦେଖି ପ୍ରଥମେ ମାଓବାଦୀ ମାନେ ଏକେ ୪୭ରେ ଗୁଳି ଚଳାଇ ଥିଲେ  । ହାଟ ଭିଡରେ ପଳାଇବାରେ ସଫଳ ହୋଇଥିଲେ ।

ତେବେ ପୋଲିସ ପକ୍ଷରୁ ମାଓବାଦୀଙ୍କୁ ପିଛା କରି ତାପ ରେଙ୍ଗ -ଲୁବେନଗଡ଼ରେ ପୋଲିସ ୩ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଥିବା ବେଳେ ଜଣକୁ ଗିରଫ କରିଛନ୍ତି।  ତେବେ ଜଣେ ସେଠାରୁ ପଳାଇବାରେ ସଫଳ ହୋଇଥିବା ଜଣା ପଡିଛି । ଅନ୍ୟପକ୍ଷେ ମାଓବାଦୀଙ୍କ ଗୁଳିରେ ଜଣେ ପୋଲିସ ଡ଼ିଏସପି ଆହତ ହୋଇଛନ୍ତି ।    ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ମଦନପୁର ରାମପୁର ମେଡିକାଲ ଓ ପାରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।  ପୋଲିସ ଗୋଟିଏ ଏକେ-୪୭ ବନ୍ଧୁକ ଜବତ କରିଛି ।  ସ୍ଥାନୀୟ ଅଞ୍ଚଳରେ କୁମ୍ବିଙ୍ଗକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.