Latest Odisha News

BREAKING NEWS

ରିଲିଆନ୍ସ ଜିଓ ବୋର୍ଡରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା, ଜାଣନ୍ତୁ କାରଣ…

ମୁମ୍ବାଇ: ଇସ୍ତଫା ଦେଲେ ମୁକେଶ ଅମ୍ବାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍, ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ ଅମ୍ବାନୀ । ଏବେ ବୋର୍ଡର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ନିଯୁକ୍ତ କରାଯାଇଛି ।

ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ପଙ୍କଜ ମୋହନ ପାୱାର । ସେ ଏହି ପଦରେ ୫ ବର୍ଷ ଯାଏ କାର୍ଯ୍ୟ କରିବେ । ସେହିଭଳି ରମିନ୍ଦର ସିଂହ ଗୁଜରଲ ଓ କେଭି ଚୌଧୁରୀଙ୍କୁ ଜିଓ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି । ମୁକେଶ ଅମ୍ବାନୀ ଅଧ୍ୟକ୍ଷ ପଦରୁ ଜୁନ୍ ୨୭ରେ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ଆଗାମୀ କିଛିମାସ ମଧ୍ୟରେ ଦେଶରେ 5G ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଆକାଶ ରିଲାଏନ୍ସ ଗ୍ରୁପର ମଙ୍ଗ ଧରିଛନ୍ତି ।

Leave A Reply

Your email address will not be published.