ସୁବର୍ଣ୍ଣପୁର : ବିନିକା ସହରର ସନ୍ଦୀପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବିନିକା ସହରର କାର୍ତ୍ତିକ ନାଗ, ନରେନ୍ଦ୍ର କୁମାର ବେହେରା ଓ ଉଲୁଣ୍ଡା ବ୍ଲକର ଦିବ୍ୟ ଜଗଦଲା । ଗତ ୧୪ ତାରିଖରୁ ବିନିକା ସହରର ସନ୍ଦୀପ ଘରୁ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ବିନିକା ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ, ୧୮ ତାରିଖରେ ମହାନଦୀ ଘାଟରୁ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଏହା ସନ୍ଦୀପଙ୍କର ମୃତଦେହ ବୋଲି ଜାଣିବାକୁ ପାଇଥିଲା ପୋଲିସ । ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଏକ ଛୁରି ଓ ସ୍କୁଟି ଜବତ କରିଛି ।
BREAKING NEWS
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!

Comments are closed.