ସୁବର୍ଣ୍ଣପୁର : ବିନିକା ସହରର ସନ୍ଦୀପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବିନିକା ସହରର କାର୍ତ୍ତିକ ନାଗ, ନରେନ୍ଦ୍ର କୁମାର ବେହେରା ଓ ଉଲୁଣ୍ଡା ବ୍ଲକର ଦିବ୍ୟ ଜଗଦଲା । ଗତ ୧୪ ତାରିଖରୁ ବିନିକା ସହରର ସନ୍ଦୀପ ଘରୁ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ବିନିକା ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ, ୧୮ ତାରିଖରେ ମହାନଦୀ ଘାଟରୁ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଏହା ସନ୍ଦୀପଙ୍କର ମୃତଦେହ ବୋଲି ଜାଣିବାକୁ ପାଇଥିଲା ପୋଲିସ । ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଏକ ଛୁରି ଓ ସ୍କୁଟି ଜବତ କରିଛି ।
BREAKING NEWS
- ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତ ଦଳ ଘୋଷଣା
- ଉଚ୍ଚ ଶିକ୍ଷା ପାଇଁ ଗରିବ ମେଧାବୀ SC/ST ଶିକ୍ଷାର୍ଥୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର
- ହାର୍ଦ୍ଦିକଙ୍କ ଟ୍ରେଡ୍ ନେଇ ସନ୍ଦେହ, ରୋହିତ ବାଛିବେ ନୂଆ ଅଧିନାୟକ !
- ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ
- ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ସମସ୍ତ ଏଫଆଇଆର ଖାରଜ, ସେପ୍ଟେମ୍ବର ୫ ଆନ୍ଦୋଳନରୁ ଓହରିଲା ସିଜେପି
- SCO photo: ମଞ୍ଚରେ ମୋଦି-ଜିନପିଙ୍ଗଙ୍କ ଚିଟଚାଟ୍, ପୁଟିନଙ୍କ ପଛେ ପଛେ ଧାଇଁଲେ ଶରିଫ… SCO ଫଟୋ ଅପ୍ ପରେ ଭାଇରାଲ୍ ହେଲା ଭିଡିଓ
- ଚିନି ଡିଲରଙ୍କ ପାଇଁ ନୂଆ କଟକଣା: ସେପ୍ଟେମ୍ବର ୧୫ରୁ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଷ୍ଟକ୍ ରଖିବା ଉପରେ ବାରଣ
- SC Cancels FIRs: ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ରୁଜୁ FIR ରଦ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- ପୋଲିସ ଏସଆଇ ପରୀକ୍ଷା ସ୍କାମ୍: ସିବିଆଇ ରାଡାରରେ ଜେଲ୍ ଡିଜି ସୁଶାନ୍ତ ନାଥ, ଜେରା ପାଇଁ ରାଜ୍ୟ ସରକାରଙ୍କୁ ମାଗିଲା ଅନୁମତି
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା

Comments are closed.