Latest Odisha News

BREAKING NEWS

ଟି୨୦ରେ ୧୦୦୦୦ ରନ କରିବା ପାଇଁ କୋହଲିଙ୍କୁ ଆବଶ୍ୟକ ୬୬ରନ

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଆଉ ମାତ୍ର ୬୬ ରନ ଆବଶ୍ୟକ କରୁଛନ୍ତି । ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । କୋହଲି ଟି୨୦ର ସମସ୍ତ ମୁକାବିଲାରେ ୩୧୨ ମ୍ୟାଚ ଖେଳି ୯୯୩୪ ରନ ସଂଗ୍ରହ କରିଛନ୍ତି । ସେ ଭାରତର ପ୍ରଥମ ଏବଂ ଓଭରାଲ ୫ମ ଖେଳାଳି ଭାବେ ଏହି ଗୌରବ ଅର୍ଜନ କରିବେ ।

ୱେଷ୍ଟଇଣ୍ଡିଜର କ୍ରିସ ଗେଲ, କିରନ ପୋଲାର୍ଡ, ପାକିସ୍ତାନର ଶୋଏବ ମଲିକ ଓ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ୧୦୦୦୦ ରନ କ୍ଲବରେ ସାମିଲ ହୋଇ ସାରିଛନ୍ତି । କୋହଲି ଏବେ ଚାପରେ ରହୁଥିବାରୁ ଚେନ୍ନାଇ ବିପକ୍ଷ ମ୍ୟାଚରେ ଦଳ ବିଜୟ ହାସଲ କରି ନ ପାରିଲେ ରିପୋର୍ଟ ମୁତାବକ ତାଙ୍କୁ ଅଧିନାୟକ ପଦରୁ ହଟାଯିବା ନେଇ ଆଲୋଚନା ଚାଲିଛି ।

Leave A Reply

Your email address will not be published.