Latest Odisha News

BREAKING NEWS

ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ଆୟୋଜିତ


Weଭୁବନେଶ୍ୱର : ଓଡ଼ିଶାର ସର୍ବ ପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ତ୍ରୟୋବିଂଶ ଏବଂ ଓଡ଼ିଶାର ସର୍ବ ପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସାରସ୍ୱତ ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପ ନିରଞ୍ଜନ ରଥ, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂକିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନଙ୍କ କର କମଳରେ ‘କାଦମ୍ବିନୀ’ ସ୍ୱନକ୍ଷତ୍ର ସ୍ୱତନ୍ତ୍ର ଓ ‘କୁନିକଥା’ର ଜୁଲାଇ ସଂଖ୍ୟା ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୨୨’, ବିଶିଷ୍ଟ ସମାଜସେବୀ ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ଓ ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ‘କାଦମ୍ବିନୀ ସମ୍ମାନ-୨୦୨୧ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ‘କାଦମ୍ବିନୀ ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥିଲା । ଏହା ସହ ପବିତ୍ର ପାଣିଗ୍ରାହୀଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ-୨୦୨୦’, ଗଙ୍ଗାଧର ବିଶ୍ୱାଳଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ-୨୦୨୧’ ଓ ପଲ୍ଲିଶ୍ରୀ ପଟ୍ଟନାୟକଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ-୨୦୨୨’ ଏବଂ ନିରାକାର ଦାସଙ୍କୁ ‘କାଦମ୍ବିନୀ କବିତା ସମ୍ମାନ-୨୦୨୧’ ଓ ପ୍ରୀତିଧାରା ସାମଲଙ୍କୁ ‘କାଦମ୍ବିନୀ କବିତା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ମାମା ମିଶ୍ର, ଉଷସୀ ମିଶ୍ର ଓ ଜ୍ୟୋତି ମିଶ୍ରଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା। ଏହି ସମସ୍ତ ପୁରସ୍କାର ନବଗଠିତ ‘କାଦମ୍ବିନୀ ସାହିତ୍ୟ ଏକାଡେମୀ’ ତରଫରୁ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଧନ୍ୟବାଦ ଅର୍ପଣ ଓ ସଭା ପରିଚାଳନା କରିଥିଲେ ‘କାଦମ୍ବିନୀ’ ଓ ‘କୁନିକଥା’ର ସମ୍ପାଦିକା ଇତି ସାମନ୍ତ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.