Latest Odisha News

BREAKING NEWS

ଆଇପିଏଲ: ଲୋ ସ୍କୋରିଂ ମ୍ୟାଚରେ ବାଜି ମାରିଲା କୋଲକାତା

ଶାରଜା: ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ଲୋ ସ୍କୋରିଂ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଟସ୍ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ ଟିମ୍ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭ ରନ କରିଥିଲା ।

ଜବାବରେ ୧୨୮ ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୯ତମ ଓଭରରେ ୭ ଉଇକେଟ ହରାଇ ହାସଲ କରି ନେଇଥିଲା । ନିତିଶ ରାଣା (୩୬), ଶୁଭମନ ଗିଲ (୩୦) ଓ ସୁନୀଲ ନାରିନ ୨୩ ରନ କରିଥିଲେ । କୋଲକାତା ଏହି ବିଜୟ ସହ ୧୧ ମ୍ୟାଚରୁ ୧୦ ପଂଏଟ ହାସଲ କରିଛି । ଦିଲ୍ଲୀ ସମାନ ସଂଖ୍ୟକ ମ୍ୟାଚ ଖେଳି ୧୬ ପଂଏଟ ସହ ୨ୟ ସ୍ଥାନରେ ରହିଛି ।

Leave A Reply

Your email address will not be published.