Latest Odisha News

BREAKING NEWS

ଆସିଲା ବିଜେଡିର ବଳକା ଥିବା ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ବାକି ଥିବା ପାର୍ଥୀ ତାଲିକା । ୩ ବିଧାନସଭା ଆସନର ପାର୍ଥୀ ଘୋଷଣା କଲା ବିଜେଡି । ପାର୍ଥୀ ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ଟିକେଟ ଦେଇଥିବା ବେଳେ କୋରେଇରୁ ସନ୍ଧ୍ୟା ରାଣୀ ଦାସ ଏବଂ ନୀଳଗିରିରୁ ସୁକାନ୍ତ ନାୟକଙ୍କୁ ପାର୍ଥୀ ଘୋଷଣା କରିଛି ଦଳ ।

ସେହିପରି ବଦଳିଲେ ଦେବଗଡ଼ ବିଧାନସଭା ପ୍ରାର୍ଥୀ । ଦେବଗଡ଼ର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି । ପୂର୍ବରୁ ଅରୁନ୍ଧତୀ ଦେବୀଙ୍କୁ ଦଳ ପାର୍ଥୀ ଘୋଷଣା କରିଥିବା ବେଳେ ବର୍ତ୍ତମାନ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କୋରେଇରୁ ପାର୍ଥୀ ଘୋଷଣା ହୋଇଥିବା ସନ୍ଧ୍ୟା ରାଣୀ ଦାସ ହେଉଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ । ଏଥର ନିର୍ବାଚନରେ ଉଭୟ ମା’ ଏବଂ ପୁଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.