Latest Odisha News

BREAKING NEWS

ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ୍

ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ ବଢ଼ିଲା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ଵଳ ରେଭାନ୍ନାଙ୍କ ଅଡୁଆ। ଗତ କିଛି ଦିନ ଧରି ଫେରାର ଥିବା ପ୍ରଜ୍ଜ୍ଵଳ ରେଭାନ୍ନାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି ଏସଆଇଟି । ବିଶ୍ୱର ସମସ୍ତ ଇମିଗ୍ରେସନ ପଏଣ୍ଟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ‌ଅନେକ ଅଶ୍ଳୀଳ ଫଟୋ ଓ ଭିଡିଓରେ ରେବନ୍ନାଙ୍କୁ ଦେଖାଯିବା ପରେ ସେ ଏପ୍ରିଲ୍ ୨୬ ତାରିଖରେ ଜର୍ମାନୀର ଫ୍ରାଙ୍କଫର୍ଟକୁ ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା । ଏବେ ତାଙ୍କୁ ଧରିବା ପାଇଁ ଏହି ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ହୋଇଛି । ସେ ଏବଂ ତାଙ୍କ ପିତା ଡିଡି ରେମନ୍ନାଙ୍କୁ ପଚରାଉଚରା ପାଇଁ ଏସଆଇଟି ସମ୍ମୁଖରେ ୭ ଦିନ ମଧ୍ୟରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ଯୌନ ଶୋଷଣ ଅଭିଯୋଗରେ ଜେଡିଏସ୍ ମଙ୍ଗଳବାର ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଜେଡିଏସ୍‌ ର ପ୍ରତିଷ୍ଠାତା ଏଚ୍‌ଡି ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭି‌ଯୋଗକୁ ନେଇ କର୍ଣ୍ଣାଟକ ରାଜନୀତିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.