Latest Odisha News

BREAKING NEWS

‘ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ ,ବିଜେପି ଏଥର ଓଡିଆ ପୁଅ କିମ୍ବା ଝିଅକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ’

ଢେଙ୍କାନାଳ: ଆଜି ଢେଙ୍କାନାଳ ପରଜଙ୍ଗରେ ଜୋରଦାର ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ‘ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ  ।ବିଜେପି ଏଥର ଓଡିଆ ପୁଅ କିମ୍ବା ଝିଅକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ’। ଏହିଭଳି କହି ଅମିତ ଶାହ ଜୋରଦାର ହମଲା  କରିଛନ୍ତି ରାଜ୍ୟ ସରକାରଙ୍କ ଉପରେ । ସେ ଆରମ୍ଭରୁ କହିଛନ୍ତି ଚଳିତ ନିର୍ବାଚନର ଫଳାଫଳ ଦିନ ଆପଣମାନେ ମଗଜି ଲଡୁ ତିଆରି କରି ରଖିଥିବେ । କାରଣ ଏଥର ଉଭୟ ଓଡିଶା ଏବଂ ଦେଶରେ ବିଜେପି ସରକାର ଗଢିବ ।

ଗତ ୧୦ ବର୍ଷ ମଧ୍ୟରେ ମୋଦି ଗରିବଙ୍କ କଲ୍ୟାଣ ପାଇଁ ଅନେକ କାମ କରୁଛନ୍ତି । ମୋଦି ସରକାର ୫ କିଲୋ ଲେଖାଏଁ ଚାଉଳ ଦେଉଛନ୍ତି । ସମସ୍ତଙ୍କୁ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇଛନ୍ତି । ପୂରା ଦେଶବାସୀ ମୋଦିଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଓଡ଼ିଶାରେ ତାମିଲ ବାବୁ ଶାସନ କରିପାରିବେ କି? କିନ୍ତୁ ତାମିଲ ବାବୁଙ୍କୁ ନବୀନ ବାବୁ ଓଡ଼ିଶାର ରାଜା କରିଛନ୍ତି । ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ । ବିଜେପି ଏଥର ଓଡିଆ ପୁଅ କିମ୍ବା ଝିଅକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ କହିଛନ୍ତି ଶାହା ।

ମହାପ୍ରଭୁଙ୍କ ପବିତ୍ର ରତ୍ନଭଣ୍ଡାରର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବନେଇଲେ, ଯାଞ୍ଚ ରିପୋର୍ଟ ସାବର୍ଜନୀନ କରାଗଲାନି ।ମୁଁ ଆପଣମାନଙ୍କୁ କଥା ଦେଉଛି, ବିଜେପି ସରକାର ଆସିଲେ  ଯାଞ୍ଚ ରିପୋର୍ଟକୁ ସାବର୍ଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ । ରତ୍ନଭଣ୍ଡାର ଚାବି ହଜାଇଥିବା ବ୍ୟକ୍ତିଙ୍କୁ ଆମେ ନିଶ୍ଚୟ ଦଣ୍ଡ ଦେବୁ ବୋଲି କହିଛନ୍ତି ଶାହା ।

ସାରା ଦେଶରେ ଓଡିଶା ସମୃଦ୍ଧ ରାଜ୍ୟ  । ଓଡିଶାରେ ବହୁତ ଖଣିଜସମ୍ପଦ ଅଛି  କିନ୍ତୁ ଓଡ଼ିଶା ଲୋକ ସବୁଠୁ ଗରିବ । ଏଠାର ଯୁବବର୍ଗ ନିଜ ପରିବାରକୁ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ । ଓଡ଼ିଶାର ଯୁବକ ଆଉ ବାହାରକୁ ଦାଦନ ଖଟିବାକୁ ଯିବେନି । ଆୟୁଷ୍ମାନ ଯୋଜନାକୁ ନବୀନ ସରକାର ଲାଗୁ କରୁନାହାନ୍ତି । ନବୀନ ସରକାରକୁ ରିଟାୟାର୍ଡ କରନ୍ତୁ, ଆମେ ଆୟୁଷ୍ମାନ ଯୋଜନାକୁ ୧୦୦ ଦିନରେ ଓଡ଼ିଶାରେ ଲାଗୁ କରିବୁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଶାହା ।

ବୁଣାକାରଙ୍କ କଲ୍ୟାଣ ପାଇଁ ୩୦୦୦ ଟଙ୍କା ଲେଖାଏଁ ଦେବୁ । ବର୍ଷକରେ ୧ଲକ୍ଷ ୫୦ ହଜାର ଯୁବ ବର୍ଗଙ୍କୁ ଚାକିରୀ ଦେବୁ । ୩ କୋଟି ଲକ୍ଷପତି ଦିଦିଙ୍କ ମଧ୍ୟରୁ ୨୫ ଲକ୍ଷ ଲକ୍ଷପତି ଦିଦି ଓଡ଼ିଶାରୁ ସୃଷ୍ଟି କରିବୁ । ନବୀନ ବାବୁ ବୁଢା ହୋଇଗଲେଣି,ତାଙ୍କୁ ରିଟାୟାର୍ଡ କରନ୍ତୁ । ତାମିଲ ବାବୁ ଆମକୁ ରାମ ଉତ୍ସବ ପାଳନ ପାଇଁ ରୋକିଥିଲେ । ରାମ ଉତ୍ସବ ରୋକିବାକୁ ଚେଷ୍ଟା କରିଥିବା ଲୋକକୁ ଭୋଟ ଦିଅନି । ଓଡ଼ିଆ ସଂସ୍କୃତିକୁ ଅପମାନିତ କରିଥିବା ଲୋକକୁ ବର୍ଜନ କରିବା ନିର୍ବାଚନ ଇଏ, ଢେଙ୍କାନାଳ ପରଜଙ୍ଗ ସଭାରେ ଅମିତ ଶାହଙ୍କ ଥିଲା ଏହିଭଳି ଅଭିଭାଷଣ ।

କଂଗ୍ରେସ ନେତା କହୁଛନ୍ତି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି ତେଣୁ ପିଓକେ କଥା ନ କହିବାକୁ ଭୟଭୀତ କରୁଛନ୍ତି । କଂଗ୍ରେସ ନେତା ରାହୁଲ ବାବୁ ଯଦି ଡରିବାର ଅଛି ତ ଡରନ୍ତୁ , କିନ୍ତୁ ବିଜେପି କର୍ମୀ ଡରିବାର ନାହିଁ । ପିଓକେ ଭାରତର ଥିଲା ଆଗକୁ ମଧ୍ୟ ରହିବ । ଏହାକୁ ଆମେ ନିଶ୍ଚୟ ଆଣିବୁ ।ଆପଣମାନେ ଓଡିଶାରେ ବିଜେପି ସରକାର ବନାନ୍ତୁ ଆମେ ୫ ବର୍ଷରେ ଓଡ଼ିଶାକୁ ଭାରତର ନମ୍ବର ୱାନ୍‌ ରାଜ୍ୟ କରିବୁ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

 

Leave A Reply

Your email address will not be published.